ମୁଣ୍ଡଳିରେ ବଢୁଛି ମହାନଦୀ ଜଳସ୍ତର, ୭ ଜିଲ୍ଲାକୁ ସତର୍କ ସୂଚନା

ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳିରେ ବଢୁଛି ଜଳସ୍ତର। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

ମହାନଦୀରେ ବଢ଼ୁଛି ଜଳସ୍ତର ।

  • Published: Tuesday, 30 July 2024
  • , Updated: 30 July 2024, 07:59 AM IST

ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳିରେ ବଢୁଛି ଜଳସ୍ତର। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ମୁଣ୍ଡଳିରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢିଛି। ଆଜି ହୀରାକୁଦ ଡ୍ୟାମର  ଜଳ ପତ୍ତନ ୬୧୪.୮୫ ଫୁଟ ରହିଛି । ଏବେ ଡ଼୍ୟାମ ମଧ୍ୟକୁ ସେକେଣ୍ଡକୁ ୨ ଲକ୍ଷ ୦୪ ହଜାର ୧୦୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୫ ହଜାର ୩୨୬ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ଗତକାଲି ରାତିରୁ ମୁଣ୍ଡଳିରେ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି। ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ବନ୍ୟା ଆଶଙ୍କା ନ ଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ।

ମହାନଦୀ ଭିତରକୁ ଲୋକ ପ୍ରବେଶ ନକରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି।

Related story