Gurupriya setu
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଗୁରୁପ୍ରିୟା ନଦୀ। ଫଳରେ ଗୁରୁପ୍ରିୟା ସେତୁର ଗାର୍ଡର ଓ ବେରିଙ୍ଗଠାରୁ ମାତ୍ର ତିନି ଫୁଟ୍ ତଳେ ବନ୍ୟାପାଣି ପ୍ରବାହିତ ହେଉଛି । କୌଣସି ମୁହୂର୍ତ୍ତରେ ପାଣି ବ୍ରିଜକୁ ଛୁଇଁ ପାରେ ବୋଲି ଆଶଙ୍କା ଦେଖାଦେଇଛି। ଗୁରୁପ୍ରିୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଅନ୍ୟପକ୍ଷରେ ବାଲିମେଳା ଜଳ ଭଣ୍ଡାରର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ଆଜି ଏହାର ଜଳସ୍ତର ୧୫୧୪.୦୩ ଫୁଟ ରହିଛି । ଫଳରେ ଜାନବାଇ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ମୁହୂର୍ତ୍ତରେ ପାଣି ପଶିପାରେ।
ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିଛି। ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଓ କଟକ ସମେତ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବର୍ଷା ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର,ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ, ଗଂଜାମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1727414164.jpg)