Advertisment

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର; ଖୋଲିଲା ଆଉ ୬ଟି ଗେଟ୍

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୫୯କ୍ୟୁସେକ ଜଳ ପ୍ରବେଶ କରୁଛି।

ଅଦ୍ୟତନ ହୋଇଛି
Hirakud dam

Hirakud dam

Advertisment

ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ଆଉ ୬ଟି ଗେଟ୍‌ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି।

Advertisment

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୫୯କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨ ଲକ୍ଷ ୫୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଡ୍ୟାମରେ ଗେଟ୍‌ ଖୋଲାଯିବା ର୍ପୂବରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ଗେଟ୍ ଖୋଲାଯିବା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ।

Advertisment

ସୂଚନାଯୋଗ୍ୟ, ଆଗକୁ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଉପମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାର ସମ୍ଭବନା ରହିଛି। ଯଦି ୨୦ରୁ ଅଧିକ ଗେଟ୍‌ ଖୋଲେ ତାହା ହେଲେ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି।

Sambalpur Hirakud Dam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe