Advertisment

ବନ୍ୟା ଜଳରେ ଅଧା ରାଜ୍ୟ ଉବୁଟୁବୁ, ୧୨୫ ଜଣ ଯନ୍ତ୍ରୀଙ୍କୁ ବଦଳି କଲା ଜଳସମ୍ପଦ ବିଭାଗ

ମିଳିଥିବା ସୂଚନା ଅନୁସାରେ, ଜଳସମ୍ପଦ ବିଭାଗ ପକ୍ଷରୁ ୧୦୩ଜଣ ଆସିଷ୍ଟାଣ୍ଟ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇଇ)ଙ୍କୁ ପଦୋନ୍ନତି ସହ ଅନ୍ୟତ୍ର ବଦଳି ହୋଇଥିବାବେଳେ ଅନ୍ୟ ୨୨ଜଣ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇ)ଙ୍କ ବଦଳି ହୋଇଛି ।

Flood

Flood

Advertisment

ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ରାଜ୍ୟର ଅଧା ଜିଲ୍ଲା ପ୍ରଭାବିତ ଥିବାବେଳେ ବନ୍ୟା ଜଳ ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱରେ ଥିବା ଜଳସମ୍ପଦ ବିଭାଗକୁ ବଦଳି ନିଶା ଘାରିଛି । ଗତ ୪ଦିନ ଧରି ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ କ୍ଷେତ୍ର ସ୍ତର(ଫିଲଡ୍ ଲେଭଲ)ରେ କାର୍ଯ୍ୟ କରୁଥିବା ୧୨୫ଜଣ ଯନ୍ତ୍ରୀଙ୍କୁ ବଦଳି କରିଛି । ଆଉ ସେମାନଙ୍କ ପରିବର୍ତ୍ତେ କୌଣସି ଯନ୍ତ୍ରୀଙ୍କ ଯୋଗଦାନକୁ ଅପେକ୍ଷା ନକରି ତୁରନ୍ତ ରିଲିଭ କରିବାକୁ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ରାଜ୍ୟରେ ଗତ ୪ଦିନ ଧରି ଲଗାଣ ବର୍ଷା ଓ ଏଥିଯୋଗୁ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ବିଭାଗ କାହିଁକି ଫିଲଡ୍ ଲେଭଲରେ କାର୍ଯ୍ୟ କରୁଥିବା ଏତେ ସଂଖ୍ୟକ ଯନ୍ତ୍ରୀଙ୍କୁ ଏକକାଳୀନ ବଦଳି କରିବା ଭଳି ନିଷ୍ପତ୍ତି ନେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଜଳସମ୍ପଦ ବିଭାଗ ପକ୍ଷରୁ ୧୦୩ଜଣ ଆସିଷ୍ଟାଣ୍ଟ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇଇ)ଙ୍କୁ ପଦୋନ୍ନତି ସହ ଅନ୍ୟତ୍ର ବଦଳି ହୋଇଥିବାବେଳେ ଅନ୍ୟ ୨୨ଜଣ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇ)ଙ୍କ ବଦଳି ହୋଇଛି । ଏହି ସମସ୍ତ ଯନ୍ତ୍ରୀ ଫିଲଡ୍ ଲେଭଲରେ କାର୍ଯ୍ୟ କରୁଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ଅଗଷ୍ଟ ୨ତାରିଖରେ ସେମାନଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି । ଏହି ବଦଳି ନିର୍ଦ୍ଦେଶରେ ମହାନଦୀ ସିଷ୍ଟମରେ କାର୍ଯ୍ୟ କରୁଥିବା ଅଧିକାଂଶ ଯନ୍ତ୍ରୀମାନଙ୍କ ବଦଳି ହୋଇଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଫିଲଡ୍ ଲେଭଲରେ ଥିବା ଏହି ଯନ୍ତ୍ରୀମାନଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିବାର ଏଭଳି କ’ଣ ଜରୁରୀ ଆବଶ୍ୟକତା ପଡ଼ିଲା? କାହିଁକି ବନ୍ୟା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅପେକ୍ଷା କଲାନି ବିଭାଗ? ରାଜ୍ୟର ଅଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ବଦଳି ହୋଇଥିବା ଯନ୍ତ୍ରୀମାନେ ମାନସିକସ୍ତରରେ ନିଜ ପୁରୁଣା ଜାଗାରେ ଦାୟିତ୍ୱ ତୁଲାଇବାକୁ ଆନ୍ତରିକତା ଦେଖାଇବେ ତ? ଏସବୁ ଦିଗ ପ୍ରତି ଦୃଷ୍ଟି ନଦେଇ ଜଳସମ୍ପଦ ବିଭାଗ ‘ରୋମ୍ ଜଳୁଥିବାବେଳେ ବଂଶୀବାଦନ’ କରିବା ଶୈଳୀରେ ଯନ୍ତ୍ରୀମାନଙ୍କ ବଦଳି କରିଛି । ଯାହାକୁ ନେଇ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ।

Advertisment

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାସୁଦ୍ଧା ବନ୍ୟା ପରିସ୍ଥିତି ଯୋଗୁ ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୬୭୨ଟି ଗାଁ ଓ ୧୭ଟି ପୌରାଂଚଳର ୬୭ଟି ୱାର୍ଡ ପ୍ରଭାବିତ ହୋଇଛି । ୬୮୩୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ କଟକ,ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ତଳ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe