Advertisment

ବଡ଼ ଡାକ୍ତରଖାନାରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତ

ଦୁଇ ଦିନ ତଳେ ବିଜୁଳି ନ ଥିଲା। ଏବେ ଆସୁନାହିଁ ପାଣି।

ଅଦ୍ୟତନ ହୋଇଛି
SCB

SCB

Advertisment

ଦୁଇ ଦିନ ତଳେ ବିଜୁଳି ନ ଥିଲା। ଏବେ ଆସୁନାହିଁ ପାଣି। କଟକ ବଡ଼ ଡାକ୍ତରଖାନାରେ ଏବେ ପାଣି ସମସ୍ୟା ଦେଖାଦେଇଛି। ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଥିଲା। ଆଜି ସକାଳେ କିଛି ସମୟ ପାଣି ଆସିଥିଲେ ବି ଯଥେଷ୍ଟ ହୋଇ ନାହିଁ। ଟ୍ୟାପରେ ଯେଉଁ ପାଣି ଆସୁଛି ବୋତଲେ ପାଣି ଭରିବାକୁ ଘଣ୍ଟାଏ ସମୟ ଲାଗୁଛି। ଏପରିକି ମେଡିକାଲ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନଥିବା ଅଭିଯୋଗ ହୋଇଛି।

Advertisment

ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଶୌଚଳାୟ ଯାଇ ଗାଧୁଆପାଧୁଆ କରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଛନ୍ତି। ହେଲେ ରୋଗୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ସହ ନିଜର ନିତ୍ୟକ୍ରମ  କରିବା ପାଇଁ ଅସୁବଧାରେ ସମ୍ମୁଖୀନ ହେଉଛନ୍ତି। 

 ତେବେ ଏନେଇ ଏସସିବି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଆଜି ଗାନ୍ଧି ଜୟନ୍ତୀ ଛୁଟି ଥିବା ବେଳେ କୌଣସି ଅଫିସର ଦେଖାଦର୍ଶନ ନାହିଁ। 

Advertisment

ଜଣେ ରୋଗୀ କହିଛନ୍ତି, ଗତକାଲିଠୁ ପାଣି ଆସୁନାହିଁ। ଯାହାଫଳରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି। ଟ୍ୟାପରେ ଟିକେଟି କେ ପାଣି ଆସୁଛି। ଗୋଟିଏ ବୋତଲ ଭରିବାକୁ ବହୁତ ସମୟ ଲାଗୁଛି।

Scb Medical Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe