Advertisment

ସବୁଜ ବାଣ କଣ ?

ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟିବା ବେଳେ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ।

author-image
Manoj Swain

ଦୀପାବଳିରେ ରହିବନି ଚମକ। କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍‌। କେବଳ ଗ୍ରୀନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। କିଭଳି ଏହାକୁ ଚିହ୍ନିବେ ? ପରିବେଶବିତଙ୍କ ମତରେ, ଗ୍ରୀନ୍‌ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍‌ ଓ ବେରିୟମ୍‌ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବା ବେଳେ ଗ୍ରୀନ୍‌ କ୍ରାକରରେ ଏସବୁ ନଥାଏ। ଗ୍ରୀନ୍‌ କ୍ରାକରରେ ଆଲୁମିନିୟମ୍‌, ଲିଡ୍ ଓ କାର୍ବନ ଥାଏ। ଯାହାକି ଫୁଟିବା ବେଳେ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ।

Advertisment
Odisha Diwali 2023