ସବୁଜ ବାଣ କଣ ?

  • Published: Friday, 10 November 2023
  • , Updated: 10 November 2023, 11:44 AM IST

ଦୀପାବଳିରେ ରହିବନି ଚମକ। କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍‌। କେବଳ ଗ୍ରୀନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। କିଭଳି ଏହାକୁ ଚିହ୍ନିବେ ? ପରିବେଶବିତଙ୍କ ମତରେ, ଗ୍ରୀନ୍‌ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍‌ ଓ ବେରିୟମ୍‌ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବା ବେଳେ ଗ୍ରୀନ୍‌ କ୍ରାକରରେ ଏସବୁ ନଥାଏ। ଗ୍ରୀନ୍‌ କ୍ରାକରରେ ଆଲୁମିନିୟମ୍‌, ଲିଡ୍ ଓ କାର୍ବନ ଥାଏ। ଯାହାକି ଫୁଟିବା ବେଳେ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ।

Related story