Advertisment

ଗ୍ରୀନ୍‌ କ୍ରାକର କ’ଣ? ଚିହ୍ନିବେ କିଭଳି?

ଗ୍ରୀନ୍‌ କ୍ରାକର କ’ଣ? କିଭଳି ଏହାକୁ ଚିହ୍ନିବେ? ପରିବେଶବିତଙ୍କ ମତରେ, ଗ୍ରୀନ୍‌ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ।

Green crackers

Green crackers

Advertisment

ଦୀପାବଳିରେ ରହିବନି ଚମକ। କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍‌। କେବଳ ଗ୍ରୀନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏହି ଛାଟ ପରେ ବାଣ ବ୍ୟବସାୟକୁ ନେଇ ଦୋକାନୀଙ୍କ ମଧ୍ୟରେ ଛନକା ପଶିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍‌ କ୍ରାକର କ’ଣ? କିଭଳି ଏହାକୁ ଚିହ୍ନିବେ? ପରିବେଶବିତଙ୍କ ମତରେ, ଗ୍ରୀନ୍‌ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍‌ ଓ ବେରିୟମ୍‌ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବା ବେଳେ ଗ୍ରୀନ୍‌ କ୍ରାକରରେ ଏସବୁ ନଥାଏ। ଗ୍ରୀନ୍‌ କ୍ରାକରରେ ଆଲୁମିନିୟମ୍‌, ଲିଡ୍ ଓ କାର୍ବନ ଥାଏ। ଯାହାକି ଫୁଟିବା ବେଳେ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ। ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ୍‌ ପାଖାପାଖି ଥିବା ବେଳେ ଗ୍ରୀନ୍ କ୍ରାକରରେ ଏହା ୧୧୦ରୁ ୧୨୫ ଡେସିବେଲ୍‌ ମଧ୍ୟରେ ରହିଥାଏ। ସମସ୍ତ ଗ୍ରୀନ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ। ଯାହାଫଳରେ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ପରିବେଶ ବିଜ୍ଞାନୀ କହିଛନ୍ତି।

ସେପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି, ରାଜ୍ୟରେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ଲାଗି ମାସେ ପୂର୍ବରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯାଇଛି। ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ଲଗାଯାଇଛି କଟକଣା। ରାତି ୧୦ଟାରୁ ସକାଳ ୬ଟା ଯାଏଁ ବାଣ ଫୁଟା ଯାଇପାରିବ ନାହିଁ। ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି।

Advertisment

ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣିଥରେ ସାନି ନିର୍ଦ୍ଦେଶ ଦିଆଯିବ। ତେବେ ପରିବେଶବିନଙ୍କ ମତରେ, ପ୍ରତିବର୍ଷ ସବୁଜ ବାଣ ଫୁଟାଇବା ନେଇ ନିର୍ଦ୍ଦେଶନାମା ଜାରି ହେଉଛି। ହେଲେ କେହି ମଧ୍ୟ ନିୟମ ମାନୁନାହାନ୍ତି। ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ସରକାର ନିଅନ୍ତୁ ବୋଲି ପରିବେଶବିତ ମତପ୍ରକାଶ କରିଛନ୍ତି।

Supreme Court Green Cracker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe