Advertisment

ପୂର୍ଣ୍ଣାଙ୍ଗ ବଜେଟ୍‌ରେ ନୂଆ ସରକାର ପାଇଁ କ’ଣ ରହିବ ଚ୍ୟାଲେଞ୍ଜ?

ଅର୍ଥନୀତି ବିଶାରଦଙ୍କ ମତରେ ଗତ ୨୪ ବର୍ଷର ସ୍ଥିର ସରକାରରେ ବିକାଶ ଧାରା ଯେଉଁଭଳି ବଢ଼ିବା କଥା, ତାହା ହୋଇପାରିନି। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଛି।

Finance

Finance

Advertisment

ରାଜସ୍ୱ ବଳକା ରାଜ୍ୟ ଓଡ଼ିଶା, କିନ୍ତୁ ବିକାଶରେ ବହୁ ପଛୁଆ। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ? ସରକାରଙ୍କ ପାଇଁ କ’ଣ ରହିବ ବଡ଼ ଚ୍ୟାଲେଞ୍ଜ? ବିଶେଷଜ୍ଞଙ୍କ ମତରେ, କର୍ମ ନିଯୁକ୍ତି, ନୂଆ ଶିଳ୍ପ ପ୍ରତିଷ୍ଠା, ଜଳ ବିବାଦ ସମସ୍ୟାର ସମାଧାନ ନୂଆ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ ରହିବ। ଏପରିକି ପାଣ୍ଠିର ସୁବିନିଯୋଗ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

Advertisment

ଅର୍ଥନୀତି ବିଶାରଦଙ୍କ ମତରେ ଗତ ୨୪ ବର୍ଷର ସ୍ଥିର ସରକାରରେ ବିକାଶ ଧାରା ଯେଉଁଭଳି ବଢ଼ିବା କଥା, ତାହା ହୋଇପାରିନି। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଛି। ବହୁ ସରକାରୀ ପଦବୀ ଫାଙ୍କା ପଡ଼ିଥିଲେ ମଧ୍ୟ ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ନ ପାଇ କାମଧନ୍ଦା ପାଇଁ ବାହାରା ରାଜ୍ୟକୁ ଯାଉଛନ୍ତି। ଜଳସେଚନ ସୁବିଧା ନ ଥିବାରୁ କୃଷିକ୍ଷେତ୍ର ଉଜୁଡ଼ି ଗଲାଣି। ଖଣି, ଇସ୍ପାତକୁ ଛାଡ଼ି ଦେଲେ, ନୂଆ ପିଢ଼ିର ଶିଳ୍ପ ସ୍ଥାପନ ହୋଇପାରିନି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଢେର ସୁଯୋଗ ଥିଲେ ବି ସୁଧୁରିନି ସ୍ଥିତି। ନୂଆ ସରକାରଙ୍କ ପାଇଁ ସର୍ବାଧିକ ଆହ୍ୱାନପୂର୍ଣ୍ଣ ହେବ ଏସବୁ କ୍ଷେତ୍ରର ବିକାଶ।

ରାଜସ୍ୱ ବଳକା ଓଡ଼ିଶାରେ ଅର୍ଥର ଅଭାବ ନାହିଁ କି ବାହ୍ୟ ଋଣ ବୋଝ ବି ନାହିଁ। ଆଉ ଅର୍ଥ ବିଭାଗ ଏବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ। ଆଶା କରାଯାଉଛି, ଖୁବ୍‌ଶୀଘ୍ର ବଜେଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ତେବେ ନୂଆ ସରକାର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ, ନବୀନ ସରକାର ଅମଳରେ ଲାଗୁ ହୋଇଥିବା ଲୋକାଭିମୁଖୀ ଯୋଜନା ଗୁଡ଼ିକୁ କିଭଳି କରିବେ ପରିଚାଳନା? ପୂର୍ବ ସରକାରର ପୁରୁଣା ସ୍କିମ୍ ବନ୍ଦ କରି, ନିଜସ୍ୱ ନୂଆ ସ୍କିମ୍‌ ମଧ୍ୟ ଆଣିପାରନ୍ତି ମୋହନ ସରକାର। ଏମିତି ସ୍ଥିତିରେ ଯଦି କାଳିଆ ଓ BSKY ଭଳି ଯୋଜନାକୁ ଚାଲୁ ରଖି ନୂଆ ସ୍କିମ ଆଣନ୍ତି, ହୁଏତ ରାଜ୍ୟ ପୁଣି ଥରେ ଅର୍ଥ ସଙ୍କଟ ଭିତରକୁ ଚାଲି ଯାଇପାରେ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

Advertisment

ଏବେ ଅପେକ୍ଷା ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ। ଏ ବଜେଟ୍ ହିଁ ସ୍ପଷ୍ଟ କରିବ, ଆଗକୁ କିଭଳି ଜାରି ରହିବ ରାଜ୍ୟର ବିକାଶ ଧାରା।

Bjp Business Updates Odisha Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe