Advertisment

ବିଜେଡି ସରକାର ଅମଳର ଗାଦିମଡ଼ା IPS ବାବୁଙ୍କ ଭବିଷ୍ୟତ କ’ଣ ହେବ?

IPS ବାବୁଙ୍କ ଭିତରେ ସବୁଠାରୁ ଚର୍ଚ୍ଚାରେ ଥିଲେ ଅତିରିକ୍ତ ଡିଜି ଡିଏସ କୁଟ୍ଟେ। ଦୀର୍ଘ ୧୪ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ବିଜେଡିର ଦଳୀୟ କାମରେ ମୁଣ୍ଡ ପୂରାଉ ଥିଲେ।

IPS

IPS

Advertisment

IAS ଅଫିସରଙ୍କ ପରି ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ ବହୁ IPSବାବୁ। ଆଉ ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ହାତବାରିସି ସାଜିଥିଲେ। ୨୪ ବର୍ଷ ସରକାର ପତ୍ତନ ପରେ ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି। ତେବେ ଚର୍ଚ୍ଚା ହେଉଛି, ବିଜେଡି ସରକାର ଅମଳର ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କ’ଣ ହେବ?

Advertisment

IPS ବାବୁଙ୍କ ଭିତରେ ସବୁଠାରୁ ଚର୍ଚ୍ଚାରେ ଥିଲେ ଅତିରିକ୍ତ ଡିଜି ଡିଏସ କୁଟ୍ଟେ। ଦୀର୍ଘ ୧୪ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ବିଜେଡିର ଦଳୀୟ କାମରେ ମୁଣ୍ଡ ପୂରାଉ ଥିଲେ। ହେଲେ ଗତ ନିର୍ବାଚନରେ ଧରାପଡ଼ି ଇସିଆଇଙ୍କ ଦ୍ୱାରା ନିଲମ୍ୱିତ ହୋଇଥିଲେ। ପରେ ଅବଶ୍ୟ ତାଙ୍କ ଉପରୁ ନିଲମ୍ବନ ହଟିଛି। ହେଲେ କାର୍ଯ୍ୟାନୁଷ୍ଠାନ ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲୁଛି।

ସେମିତି ଆଉ ଜଣେ ଆଇପିଏସ୍ ବାବୁ ହେଲେ ଅତିରିକ୍ତ ଡିଜି ଅରୁଣ ବୋଥ୍ରା। ନାବାଳିକା ପରୀ ହତ୍ୟାକାଣ୍ଡ ହେଉ ଅବା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ଘଟଣା, ସବୁଥିରେ ତାଙ୍କୁ ଦେଖିବାକୁ ମିଳୁଥିଲା। ଯେତେବେଳେ ବିଜେଡି ସରକାର ଅଡୁଆରେ ପଡିଥିଲା, ସେଠି କାମ ଦେଇଥିଲା ବୋଥ୍ରାଙ୍କ ଷ୍ଟୋରୀ ଟେଲିଂ ଫର୍ମୁଲା। ବୋଥ୍ରାଙ୍କୁ ଯେ କୌଣସି ଅନ୍ୟ ଦାୟିତ୍ୱ ଦିଆଯାଉଥିଲେ ମଧ୍ୟ ସେ ସବୁବେଳେ କ୍ରାଇମବ୍ରାଞ୍ଚରେ ରହୁଥିଲେ।

Advertisment

ସେମିତି ଆଉ ଜଣେ ଟାଣୁଆ ପୁଲିସ୍ ବାବୁ ହେଲେ ଆଇଜି ଆଶିଷ ସିଂ। ପ୍ରଥମେ ଦକ୍ଷିଣାଞ୍ଚଳ ଡିଆଇଜି, କେନ୍ଦ୍ରାଞ୍ଚଳ ଆଇଜି ଓ ପରେ ଅବକାରୀ କମିଶନର ଭାବେ ୫ ବର୍ଷରୁ ଅଧିକ ସମୟ ରହିଥିଲେ। ତା’ପରେ ସିଧା ସିଏମ୍‌ଓଙ୍କ ସୁରକ୍ଷା ଦାୟିତ୍ୱ ମିଳିଥିଲା। ନିର୍ବାଚନରେ ସିଧା ସଂପୃକ୍ତି ନେଇ ତଥ୍ୟ ପ୍ରମାଣ ଅଭିଯୋଗ ପରେ ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। କିନ୍ତୁ ସେ ସ୍ୱାସ୍ଥ୍ୟଗତ ସମସ୍ୟା ବାହାନା ଦେଖାଇ ଛୁଟିରେ ରହିଥିଲେ। ହେଲେ ସେ ବିଜେଡି ଏଜେଣ୍ଟ ଭଳି କାମ କରୁଥିବା ନେଇ ଇସିଆଇ ପାଇଥିଲେ ଠୋସ୍ ପ୍ରମାଣ। ତା’ପରେ ମେଡ଼ିକାଲ୍‌ ଚେକ୍‌ ପାଇଁ ଦେଇଥିଲେ ନିର୍ଦ୍ଦେଶ। ମେଡ଼ିକାଲ୍‌ ଚେକ୍‌ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବାରୁ ତାଙ୍କ ବିରୋଧରେ ଆକ୍ସନ ହେଉଛି, ତାକୁ ଅପେକ୍ଷା।

କେବଳ ଏଇ ୩ ଅଫିସର ନୁହନ୍ତି। ବିଜେଡି ସରକାରଙ୍କ ଏଜେଣ୍ଟ ତାଲିକାରେ ଥାଇ ଅଭିଯୋଗ ଘେରରେ ଥିଲେ ଆହୁରି ଅନେକ ଆଇପିଏସ୍ ଅଫିସର। ଯେମିତିକି ଅତିରିକ୍ତ ଡିଜି ସନ୍ତୋଷ ବାଲା। ସେ ବର୍ଷ ବର୍ଷ ଧରି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତା’ସହ ଚର୍ଚ୍ଚିତ ଅଫିସର ଆଇଜି ଅନୁପ ସାହୁ। ବିଜେଡି ସରକାର ଅମଳରେ ଗୁଇନ୍ଦା ବିଭାଗରେ ରହି ସବୁ ଆଗୁଆ ସୂଚନା ଦେଉଥିଲେ। ଗଲା ୪ ବର୍ଷ ଧରି ସମାନ ସ୍ଥାନରେ ଆସ୍ଥାନ ଜମାଇ ଅଛନ୍ତି ଅନୁପ। IG କମ୍ୟୁନିକେସନ ଭାବେ ସତୀଶ ଗଜଭିୟେ ଓ ରାଜ୍ୟ ଫରେନସିକ ଲ୍ୟାବ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଡିଜି ରାଜେଶ କୁମାର ବର୍ଷ ବର୍ଷ ଧରି ବଦଳି ନହୋଇ ବସିଛନ୍ତି।

ସେପଟେ ଏତେ ସବୁ ଭିତରେ ଡିଜିପି ସୁନୀଲ ବଂଶଲ ଡିଜିପି ଭାବେ ଅବସର ନେବାର ୫ ମାସରୁ ଅଧିକ ସମୟ ବିତିଥିବା ବେଳେ ଏଯାଏଁ ରାଜ୍ୟକୁ ମିଳିପାରିନି ଜଣେ ଫୁଲଟାଇମ୍ ଡିଜି। କାମଚଳା ଡିଜି ଭାବେ ଅରୁଣ ଷଡଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି। ଆଉ କାମଚଳା ଡିଜିପି ସହ ସେ ମଧ୍ୟ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି।

Bjp IPS Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe