Advertisment

ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ କସରତ

ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଧାନ MSP ୩୧ଶହ ଟଙ୍କାକୁ ବୃଦ୍ଧି ଆଉ ସବୁଠୁ ବଡ଼ କଥା ହେଲା, ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ କଷ୍ଟାର୍ଜିତ ଜମା ଟଙ୍କା ଫେରାଇବା।

ଅଦ୍ୟତନ ହୋଇଛି
BJP

BJP

Advertisment

BJP ସରକାରର ପ୍ରଥମ ବଜେଟ୍‌ ପାଇଁ ଲୋକସେବା ଭବନରେ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ। ଯେଉଁଥିରେ ଯୋଗ ଦେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥନୀତି ବିଶାରଦଙ୍କ ସମେତ ମୋଟ ୧୫୦ରୁ ଅଧିକ ଅଂଶୀଦାର। ଫୋକସରେ ନିର୍ବାଚନୀ ପ୍ରତିଶ୍ରୁତି। ଏଥିପାଇଁ ନୂଆ ଯୋଜନା ଆଣିଲେ, ସରକାରଙ୍କୁ କେତେ ବୋଝ ସହିବାକୁ ପଡ଼ିବ ? ଏଥିପାଇଁ କେଉଁଠୁ ଅର୍ଥ ଆସିବ ? ସେନେଇ ମଧ୍ୟ ବିଶେଷଜ୍ଞଙ୍କ ମତାମତ ନିଆଯାଇଛି। ପ୍ରାକ୍ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆସନ୍ତା ୨୫ରେ ବିଧାନସଭାରେ ଆଗତ ହେବାକୁ ଥିବା BJP ସରକାରର ପ୍ରଥମ ବଜେଟ୍ ଯେପରି ବାସ୍ତବରେ ଲୋକଙ୍କ ବଜେଟ୍ ହେବ, ଲୋକଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ବୈଠକରେ ଆଲୋଚନା ହୋଇଛି।

Advertisment

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ଅନେକ ନିର୍ବାଚନୀ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ନୂଆ ସରକାର। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଧାନ MSP ୩୧ଶହ ଟଙ୍କାକୁ ବୃଦ୍ଧି ଆଉ ସବୁଠୁ ବଡ଼ କଥା ହେଲା, ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ କଷ୍ଟାର୍ଜିତ ଜମା ଟଙ୍କା ଫେରାଇବା। ଏହି ୩ ଲୋକାଭିମୁଖୀ ଯୋଜନା ପ୍ରଚଳନ ବିଜେପି ସରକାର ପାଇଁ ଚାଲେଞ୍ଜ ହୋଇପାରେ। କାରଣ ବିଶେଷଜ୍ଞଙ୍କ ମତ, ପୂର୍ବର ନବୀନ ସରକାର ନିଜର ଅନ୍ତିମ କାମଚଳା ବଜେଟରେ ପୂରା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଯେଉଁ ବ୍ୟୟ ବରାଦ କରିଥିଲେ, ଏସବୁ ନୂଆ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୬୬ ହଜାର କୋଟି ଟଙ୍କା ଅଧିକ ଦରକାର ହେବ। ଯଦିଓ ଓଡ଼ିଶା ଏବେ ବି ରାଜସ୍ୱ ବଳକା ରାଜ୍ୟ, ରାଜ୍ୟର ଋଣ ଭାର ମଧ୍ୟ ଦେଶରେ ସବୁଠୁ କମ୍, ତେବେ ନୂଆ ଯୋଜନା କାର୍ଯ୍ୟକାରୀ ଲାଗି ଆବଶ୍ୟକ ମୋଟା ପାଣ୍ଠିର ଯୋଗାଡ଼ କରିବା ସହ ସେସବୁର ସୁବିନିଯୋଗ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ତେବେ ବଜେଟ୍ ପାଇଁ ନୂଆ ସରକାର Online ଓ WhatsApp ଜରିଆରେ ଲୋଡ଼ିଥିବା ମତାମତ ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି ଜନ ସାଧାରଣ । ପ୍ରାୟ ୧୨ ହଜାରରୁ ଅଧିକ ଲୋକ online ଜରିଆରେ ମତାମତ ଦେଇଛନ୍ତି, ଯାହାକି ପୂର୍ବ ଥର ତୁଳନାରେ ୬ ଗୁଣ ଅଧିକ। ଏଣୁ ମୋହନ ସରକାରର ପ୍ରଥମ ବଜେଟ୍‌ରୁ ସାଧାରଣ ଲୋକଙ୍କ ଆଶା ଢେର ଅଧିକ ଥିବା ସ୍ପଷ୍ଟ ହେଉଛି।

Advertisment
Bjp Odisha Assembly Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe