Advertisment

ମାଣବସା ଗୁରୁବାର ପାଇଁ ଛୁଟିରେ ପଳେଇଲେ ରୋଷେୟା, ପିଲା ଖାଇଲେ ପଖାଳକୁ ଆଳୁ ଭଜା

5-T ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା। ମାଣବସା ଗୁରୁବାର ଓଷା ପାଇଁ ରୋଷେୟା ଛୁଟିରେ ଥିବାରୁ ପିଲାଏ ଖାଇଲେ ପଖାଳ ଓ ଆଳୁଭଜା। ନିଜେ ବାଢିଲେ, ଖାଇଲେ ଓ ସଫା ବି କଲେ।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

5-T ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା। ମାଣବସା ଗୁରୁବାର ଓଷା ପାଇଁ ରୋଷେୟା ଛୁଟିରେ ଥିବାରୁ ପିଲାଏ ଖାଇଲେ ପଖାଳ ଓ ଆଳୁ ଭଜା ଖାଇଛନ୍ତି।ନିଜେ ବାଢିଲେ, ଖାଇଲେ ଓ ସଫା ବି କଲେ। ଭଦ୍ରକ ଜିଲ୍ଲା ନୀଳଗିରି ବ୍ଲକ ଚତର ଠାରେ ଉମା ଅର୍ଜୁନ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

Advertisment

ସ୍କୁଲରେ ମୋଟ୍ ୭ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଛୁଟିରେ ଅଛନ୍ତି ୪ ଜଣ। ୨ ଜଣ ମାଣବସା ଗୁରୁବାର ଓଷା ପାଇଁ ଛୁଟି ନେଇଥିବାବେଳେ ଆଉ ୨ ଜଣ ଅନ୍ୟ କାରଣ ପାଇଁ ଛୁଟିରେ ଅଛନ୍ତି।

ସ୍କୁଲଟି ଆବାସିକ ହୋଇଥିବାରୁ ହଷ୍ଟେଲ ପିଲାଙ୍କ ପାଇଁ ସକାଳେ ରୋଷେୟା ରୋଷେଇ କରି ହଷ୍ଟେଲ ପିଲାଙ୍କୁ ଗରମ ଭାତ ଖାଇବାକୁ ଦେଇଥିଲେ। ପରେ ଅନ୍ୟ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ପଖାଳ ଓ ଆଳୁ ଭଜା କରି ଛୁଟିରେ ପଳାଇଥିବା ଅଭିଯୋଗ ହୋଇଛି।

Advertisment

ଘଟଣାକୁ ଉପସ୍ଥିତ ଶିକ୍ଷୟିତ୍ରୀ ସ୍ୱୀକାର କରିଥିବାବେଳେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି, ଘଟଣା ନେଇ ସେ ପୂର୍ବରୁ ଅବଗତ ନଥିଲେ। ତେବେ ଏନେଇ ଏକ ଟିମ୍ ପଠାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରିପୋର୍ଟ – ନୀଳଗିରିରୁ ବିଶ୍ୱମ୍ବର ଦାସ

School Bhadrak News Midday Meal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe