Advertisment

କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର?

ନିର୍ଦ୍ଦିଷ୍ଟ ଭାବେ ରତ୍ନଭଣ୍ଡାର କେବେ ଖୋଲିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

Shree Mandir

Shree Mandir

Advertisment

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଚଳିତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ତଙ୍କ ମନରେ ଆଶା ବଢ଼ିଛି। ସେହିପରି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତ ମଧ୍ୟ ଆସନ୍ତା ୫ତାରିଖରୁ ପୁରୀ ଆସୁଥିବାରୁ ରତ୍ନଭଣ୍ଡାର ଖୋଲିବା ଚର୍ଚ୍ଚା ଆହୁରି ବଢ଼ିଛି।

Advertisment

ତେବେ ନିର୍ଦ୍ଦିଷ୍ଟ ଭାବେ ରତ୍ନଭଣ୍ଡାର କେବେ ଖୋଲିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ଭିତରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆଜିକାଲି ଭିତରେ ରତ୍ନଭଣ୍ଡାର ଖୋଲିବା ତାରିଖ ଉପରେ ନିଷ୍ପତ୍ତି ନିଆଯିବ।

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲାଯିବ, ତା’ ଉପରେ ଏବେ ସାରା ଜଗନ୍ନାଥ ପ୍ରେମୀଙ୍କ ନଜର। କାରଣ ଆସନ୍ତା ୭ ତାରିଖରୁ ଘୋଷଯାତ୍ରାରେ ବାହାରି ବଡ଼ ଦେଉଳ ଛାଡ଼ିବେ ଶ୍ରୀଜୀଉ। ଏଇ ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଆସନ୍ତାକାଲିଠାରୁ ଓଡିଶା ଆସି ୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବାକୁ ଥିବା ସୂଚନା ମିଳିଛି।

Advertisment

୫ ତାରିଖରେ ପୁରୀ ପହଞ୍ଚିବା ପରେ ଜଷ୍ଟିସ ପଶାୟତ ଅପରାହ୍ଣ ୨ଟାରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ବୈଠକରେ କି ନିଷ୍ପତ୍ତି ହେଉଛି ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।

ଏସବୁ ଭିତରେ ରତ୍ନଭଣ୍ଡାର ଖୋଲିବା ତାରିଖକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ। ଏ ବାବଦରେ ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି। ଆଜି କିମ୍ବା କାଲି ଭିତରେ ନିଷ୍ପତ୍ତି ଆସିଯିବ।

ଅନ୍ୟପକ୍ଷରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସରକାରୀ ସ୍ତରରେ ଚାଲିଥିବା ପ୍ରସ୍ତୁତି ଆନନ୍ଦର କଥା ବୋଲି କହି ଭଣ୍ଡାର ମରାମତି ସହ ଗଣତି ମଣତି ନିହାତି ଆବଶ୍ୟକ ବୋଲି କହିଛନ୍ତି।

ଏବେ ପ୍ରଶ୍ନ ରତ୍ନଭଣ୍ଡାର ଖୋଲିଲେ ଆଗ ମରାମତି ହେବ ନା ଆଗ ହେବ ଗଣତି ମଣତି ? ASI ମରାମତିର ମୋଡାଲିଟି କ’ଣ ରହିବ? ଗଣତି ମଣତି ବି କିପରି ହେବ? କେବେଠୁ ଆରମ୍ଭ ହୋଇ କେବେ ସରିବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରିନି। କେବଳ ସେତିକି ନୁହେଁ, ଇନଭେଣ୍ଟୋରି କମିଟିର ସଦସ୍ୟଙ୍କ କହିବା ଅନୁଯାୟୀ, ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି ୨୦୧୮ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତା’ର ପରୀକ୍ଷା ହୋଇନାହିଁ।

ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ? ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ କି ସେ ଉପରେ ବି ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି। ସେହିପରି ଗଣତି ମଣତିର କାର୍ଯ୍ୟ କେବେ ଯାଏ ଚାଲିବ ତା’ର କିଛି ନିର୍ଦ୍ଦିଷ୍ଟତା ନଥିବାରୁ ଭିତର ଓ ବାହାର ରତ୍ନଭଣ୍ଡାରର ରତ୍ନକୁ ଅଲଗା ଅଲଗା ରଖି ଗଣତି ମଣତି ଉପରେ ବି ମତ ରଖିଛନ୍ତି ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେହିପରି ରତ୍ନଭଣ୍ଡାର ଚାବି କେମିତି ହଜିଲା ଏବଂ ପରେ କେମିତି ମିଳିଲା ତା’ର ବି ତଦନ୍ତ ପାଇଁ ଦାବି ଉଠିଛି।

ଏହା ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ଗଣତି ମଣତି ପାଇଁ ମେ ୧୩ରୁ ଜୁଲାଇ ୨୩ ଯାଏ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେଦନିରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ନଜର ।

Puri Shreemandir Ratna Bhandar Shree Mandira
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe