Advertisment

କେବେ ସରିବ ପୋଡ଼ାଅସ୍ତିଆ ବ୍ରିଜ୍‌ କାମ? ଦାନା ବାନ୍ଧିଲାଣି ଅସନ୍ତୋଷ

ଶୁଣିବାକୁ ମିଳୁଛି କିଛି ମାସ ତୂଳେ ବୁଢ଼ାବଳଙ୍ଗ ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍‌ କାର୍ଯ୍ୟର ତଦାରଖ କରିବା ପାଇଁ ଯାଇଥିଲେ ଆରଡିସି। ବ୍ରିଜ୍‌ ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ଆର୍‌ଡିସି କୁଆଡ଼େ ଅସନ୍ତୋଷ ପ୍ରକାଶ କରିଥିଲେ।

Bridge

Bridge

Advertisment

କେତେ ଆନ୍ଦୋଳନ ପରେ ବୁଢ଼ାବଳଙ୍ଗ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ଶିଳାନ୍ୟାସ୍‌ କରିଥିଲେ ରାଜ୍ୟ ସରକାର। ୨୦୧୯ ମସିହାରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରିବା କଥା। ହେଲେ ଆଜି ପର୍ଯ୍ୟନ୍ତ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରୁନି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦିନେ ବାରିପଦା ସହର ପାଇଁ ଲାଇଫ୍‌ ଲାଇନ୍‌ ପାଲଟିଥିବା ପୋଡାଅସ୍ତିଆ ବ୍ରିଜ୍‌ ଆଜି ପାଲଟିଛି ଡେଞ୍ଜର ବ୍ରିଜ୍‌।

Advertisment

ବାରିପଦା ସହରକୁ ଯିବା ଆସିବାର ମୁଖ୍ୟ ରାସ୍ତା ହେଉଛି ବାରିପଦା-ଉଦଳା ରାସ୍ତା। ସେହି ରାସ୍ତାରେ ଗଲେ ପଡ଼ିବ ବୁଢାବଳଙ୍ଗ ନଦୀ। ଆଉ ସେହି ନଦୀ ଉପରେ ରଜରାଜୁଡା ଅମଳରେ ତିଆରି ହୋଇଥିଲା ପୋଡାଅସ୍ତିଆ ବ୍ରିଜ୍‌। ଏହି ବ୍ରିଜ୍ ଦିନେ ବାରିପଦା ସହର ପାଇଁ ଲାଇଫ୍‌ ଲାଇନ ପାଲଟିଥିଲା। ହେଲେ ଏବେ ଏହି ବ୍ରିଜ୍‌ ଡେଞ୍ଜର ଲାଇନ୍‌ ପାଲଟିଛି। ଅଣ ଓସାରିଆ ବ୍ରିଜ୍‌ ଯୋଗୁ ପ୍ରତିଦିନ ଜାମ୍‌ ହେଉଛି। ଆଉ ଘଟୁଛି ଦୁର୍ଘଟଣା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଥିଲା।

ବାରିପଦା ବୁଢାବଳଙ୍ଗ ନଦୀରେ ନୂତନ ବ୍ରିଜ୍‌ ନିର୍ମାଣ ପାଇଁ ଅନେକ ଦାବି ଓ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ଥିଲା। ୨୦୧୭ ମସିହାରେ ନୂତନ ବ୍ରିଜ୍‌ ପାଇଁ ଶିଳାନ୍ୟାସ କରିଥିଲେ ରାଜ୍ୟ ସରକାର। ୨୭.୩୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବ୍ରିଜ୍‌ କାମ ୨୦୧୭ ମେ’ ୧୨ ତାରିଖରେ ଆରମ୍ଭ ହୋଇଥିଲା। ୨୦୧୯ ମସିହା ଜାନୁଆରୀ ୧୧ ତାରିଖରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରିବା କଥା। ଏହା ଭିତରେ ୭ ବର୍ଷ ବିତିଲାଣି। ହେଲେ ସରିଲାନି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ। ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ୧୧ ମିଟର ଚଉଡ଼ା ଓ ୨୯୨ ମିଟର ଲମ୍ବରେ ନିର୍ମିତ ବ୍ରିଜ୍‌ କାର୍ଯ୍ୟ କେବେ ସରିବ କାହା ପାଖରେ ଉତ୍ତର ନାହିଁ। ସେପଟେ କିନ୍ତୁ ସହରବାସୀ ସମସ୍ୟାରେ ଘାଣ୍ଟି ହେଉଛନ୍ତି।

Advertisment

ଶୁଣିବାକୁ ମିଳୁଛି କିଛି ମାସ ତୂଳେ ବୁଢ଼ାବଳଙ୍ଗ ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍‌ କାର୍ଯ୍ୟର ତଦାରଖ କରିବା ପାଇଁ ଯାଇଥିଲେ ଆରଡିସି। ବ୍ରିଜ୍‌ ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ଆର୍‌ଡିସି କୁଆଡ଼େ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଜିଲାପାଳଙ୍କୁ ତାଗିଦ କରିଥିବା ଚର୍ଚ୍ଚା ହେଉଛି। ସେପଟେ ବାରିପଦା ଗୃହ ଓ ରାସ୍ତା ନିର୍ମାଣ ବିଭାଗ( PWD ) ଅଧିନରେ ଥିବା ବେଳେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, କିଛି ବୈଷୟିକ ସମସ୍ୟା ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା। ଏବେ ଖୁବ୍‌ ଶୀଘ୍ର କାର୍ଯ୍ୟ ସାରିବାକୁ ଚେଷ୍ଟା କରାଯାଉଛି।

ବାରିପଦା ବାସିନ୍ଦା ଜୟନ୍ତ କୁମାର ନାୟକ କହିଛନ୍ତି, ବ୍ରିଜ୍‌ଟି ଅଣଓସାରିଆ ହୋଇଥିବାରୁ ସବୁ ବେଳେ ପ୍ରବଳ ଭିଡ ହେଉଛି। ସାଧାରଣ ଲୋକ ଛାଡ଼ନ୍ତୁ, ଗୁରୁତର ରୋଗୀ ନେଇ ଯାଉଥିବା ଆମ୍ୱୁଲାନ୍ସ ଯାଇପାରୁ ନାହିଁ। ଏଥିପ୍ରତି ପ୍ରଶାସନ ତଜର ଦେଉନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe