Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ନୂଆ ଏସ୍ଓପି?

ରହସ୍ୟ? ମରାମତି ପାଇଁ ଆଗ ଏଏସ୍ଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ ନା ସୁଡ଼ଙ୍ଗର ରହସ୍ୟ ଉନ୍ମୋଚନ ପରେ କରାଯିବ ? ଏସଓପିରେ ଲେଜର ସ୍କାନିଂ ଓ ଜିପିଆରଏସ୍ ଅନ୍ତର୍ଭୁକ୍ତ ନଥିବାରୁ ଏଥିପାଇଁ ପୁଣି ଏକ ସଂଶୋଧିତ ଏସଓପି ଆସିବ ବୋଲି କୁହାଯାଉଛି।

author-image
Manoranjan Sial
Puri

Puri

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ନୂଆ ଏସ୍ଓପି? କିଭଳି ଖୋଲିବ ଜନଶ୍ରୁତିରେ ଥିବା ଗୁପ୍ତ ଭଣ୍ଡାର ଓ ସୁଡ଼ଙ୍ଗ ରହସ୍ୟ? ମରାମତି ପାଇଁ ଆଗ ଏଏସ୍ଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ ନା ସୁଡ଼ଙ୍ଗର ରହସ୍ୟ ଉନ୍ମୋଚନ ପରେ କରାଯିବ ? ଏସଓପିରେ ଲେଜର ସ୍କାନିଂ ଓ ଜିପିଆରଏସ୍ ଅନ୍ତର୍ଭୁକ୍ତ ନଥିବାରୁ ଏଥିପାଇଁ ପୁଣି ଏକ ସଂଶୋଧିତ ଏସଓପି ଆସିବ ବୋଲି କୁହାଯାଉଛି। ହେଲେ ତାହା କେବେ ହେବ?

Advertisment

ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମେ ଲେଜର ସ୍କାନିଂ ଓ ଜିପିଆରଏସ୍ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କରାଯାଉ। ସେଥିରେ ଯଦି ବାସ୍ତବରେ ସେଭଳି କିଛି ଗୁପ୍ତ କୋଠରୀର ସନ୍ଧାନ ମିଳେ, ତା’ହେଲେ ସେ ଭିତରେ କ’ଣ ରତ୍ନ ଅଳଙ୍କାର ଅଛି, ତା’ର ଯାଞ୍ଚ ସହ ସଂରକ୍ଷଣ ଜରୁରୀ। ତେଣୁ ସେହି ଅନୁସାରେ ପରବର୍ତ୍ତୀ ସମୟରେ ଏଏସ୍ଆଇକୁ ମରାମତି ପାଇଁ ଦିଆଯିବା ଦରକାର। ସେହିପରି ଅନ୍ୟତମ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, ସରକାର ଖୁବ୍‌ଶୀଘ୍ର ଏସଓପି ଆଣନ୍ତୁ। ଦରକାର ପଡ଼ିଲେ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ଢାଞ୍ଚାଗତ ଦୁର୍ବଳତା ଓ ଅନ୍ୟ ରହସ୍ୟ ଉନ୍ମୋଚନ ପାଇଁ ଏଣ୍ଡୋସ୍କୋପି ଉପରେ ଗୁରୁତ୍ୱ ଦିଅନ୍ତୁ। ଅପରପକ୍ଷେ ବିଶେଷଜ୍ଞଙ୍କ ମତ, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି ଜରିଆରେ ବହୁ ପୁରାତନ ମନ୍ଦିର ଏବଂ ମନୁମେଣ୍ଟ ଭିତରେ ଥିବା ଢାଞ୍ଚାଗତ ଦୋଷ ଦୁର୍ବଳତା ଏବଂ ଭିତରର ରହସ୍ୟ ସଂପର୍କରେ ଜାଣିବାରେ କୌଣସି ଅସୁବିଧା ହେବନି।

ସେପଟେ ସେବାୟତଙ୍କ ଦାବି ରତ୍ନଭଣ୍ଡାରର ସ୍ଥାୟିତ୍ୱ ସହ ଭଣ୍ଡାର ଘରୁ ବାହାରିଥିବା ରତ୍ନ ଅଳଙ୍କାରର ଯଥାଶୀଘ୍ର ଗଣତି ମଣତି ଓ ଆବଶ୍ୟକ ସ୍ଥଳେ ମରାମତିର ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ଭଣ୍ଡାର ମରାମତି କାମରେ ବିଳମ୍ବର ସମ୍ଭାବନା ଥିବାରୁ ସେ କାମ ଆଗ କରାଯାଉ। ସେହିପରି ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଆଲମିରା ଆଦିକ ସଂରକ୍ଷଣ କରାଯାଇ ମ୍ୟୁଜିୟମରେ ରଖାଯିବାକୁ ବାଦି ଉଠିଛି।

Advertisment

ସେପଟେ ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଏଏସ୍ଆଇ ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ କରି ମରାମତି କରିବ। ତା’ପରେ ଗଣତି-ମଣତି ହେବ।

Puri Shreemandir Puri Bharat Ratna