Advertisment

କୁଆଡ଼େ ଗଲା ରତ୍ନଭଣ୍ଡାର ‘ଚାବି ହଜିବା’ ରିପୋର୍ଟ ?

ରତ୍ନଭଣ୍ଡାର ଖୋଲି ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ଚିଠା ପ୍ରସ୍ତୁତ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Puri temple

Puri temple

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ତଦନ୍ତ କମିଶନଙ୍କ ଅନୁଧ୍ୟାନ ରିପୋର୍ଟର ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ। ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟର ସ୍ଥିତି ସମ୍ପର୍କରେ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି।

Advertisment

ତଦନ୍ତ ଶେଷ କରି ଗତ ୨୦୧୮ ନଭେମ୍ବର ୨୯ରେ କମିଶନ ସରକାରଙ୍କୁ ରିପୋର୍ଟ ଦେଇସାରିଛନ୍ତି। ତେବେ ରିପୋର୍ଟ ଉପରେକି ପଦକ୍ଷେପ ଗ୍ରହଣ କରାଯାଇଛି। ସେ ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୩ ସପ୍ତାହ ମହଲତ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ଆସନ୍ତା ୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

ଇତିମଧ୍ୟରେ ରତ୍ନଭଣ୍ଡାର ଖୋଲି ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ଚିଠା ପ୍ରସ୍ତୁତ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। କମିଟି ଖୁବଶୀଘ୍ର ଏହାକୁ ଖୋଲିବା ସହ ତାଲିକା ପ୍ରସ୍ତୁତ କରିବା ଏବଂ ମରାମତି ବ୍ୟବସ୍ଥା କରିବେ ବୋଲି ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଜଣାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ମାମଲାର ଅନ୍ତ ଘଟାଇବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।

Advertisment

ତେବେ ଚାବି ହଜିବା ପ୍ରସଙ୍ଗରେ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ଆବେଦନ ଏବେ ବି ବିଚାରଯୋଗ୍ୟ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଗତ ଏପ୍ରିଲ ୨୫ତାରିଖରୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ବି ସରକାର ବାରମ୍ବାର ସମୟ ଗଡ଼ାଇଚାଲିଛନ୍ତି ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Puri Shreemandir