Advertisment

ପାର୍କ ଭିତରେ ଆଲିସାନ ବଙ୍ଗଳା କାହାର? ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଏହି ବଙ୍ଗଳାଟି ବାସ୍ତବରେ କାହାର? ଯଦି ପ୍ରଶାସନ ତିଆରି କରି ନାହିଁ, ତା’ହେଲେ ଏହାକୁ କ’ଣ ଭୂତ ନିର୍ମାଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଯାଜପୁର ବାସିନ୍ଦା।

Building

Building

Advertisment

ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ପାର୍କ ଭିତରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି। ପୌରପାଳିକା ଅଧିନସ୍ଥ କୁସୁମା ପାର୍କରେ ଏହାର ନିର୍ମାଣ କରାଯାଇଛି। ତେବେ ଏଥିପାଇଁ ପୌର ପ୍ରଶାସନର ଅନୁମତି ଅଛି ନା ନାହିଁ? ଯଦି ଅଛି, ତା’ହେଲେ କେତେ ଟଙ୍କା ଓ କେଉଁ ବିଭାଗ ଦ୍ୱାରା ଖର୍ଚ୍ଚ ହୋଇଛି ସେ ପ୍ରଶ୍ନର ଉତ୍ତର ଦେବାକୁ ପଛ ଘୁଞ୍ଚା ଦେଉଛି ପୌର ପ୍ରଶାସନ।

Advertisment

ଏହି ବଙ୍ଗଳାଟି ବାସ୍ତବରେ କାହାର? ଯଦି ପ୍ରଶାସନ ତିଆରି କରି ନାହିଁ, ତା’ହେଲେ ଏହାକୁ କ’ଣ ଭୂତ ନିର୍ମାଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଯାଜପୁର ବାସିନ୍ଦା। ଏହାକୁ ନେଇ ବିବାଦ ବଢ଼ୁଥିବାରୁ କୁସୁମାର ଆଲିସାନ ବଙ୍ଗଳା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କିଏ, କାହିଁକି ଓ କେଉଁ ସଂସ୍ଥା ଏହାର ନିର୍ମାଣ କରିଛି, ସେକଥା ଜଣାଇବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏଥିସହ କାମର ସ୍ୱଚ୍ଛତା ଓ ବୈଧତା ନେଇ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Advertisment

ଯାଜପୁର ପୌରପାଳିକା ଅଧୀନରେ ଥିବା ପାର୍କରେ ନିର୍ମିତ ବିଳାସମୟ ବଙ୍ଗଳା ଯେତିକି ଚର୍ଚ୍ଚିତ, ପୌର ପ୍ରଶାସନର କାର୍ଯ୍ୟଧାରା ତା’ ଠାରୁ ଅଧିକ ସନ୍ଦେହ ଜନକ। କାହା ସ୍ୱାର୍ଥରେ ଓ କେଉଁ ବିଭାଗ ଅର୍ଥରେ କୁସୁମା ପାର୍କ ଭଳି ପର୍ଯ୍ୟଟନ କ୍ଷେତ୍ରରେ ଦୁଇ ମହଲା ବିଶିଷ୍ଟ ୯ଟି କଟେଜ ତିଆରି କରାଯାଇଛି? ପୌରପାଳିକା ଏହାର ଉତ୍ତର ମଧ୍ୟ ଦେଉନାହିଁ। 

ଯାଜପୁର ପୌରପାଳିକାରେ ନିର୍ମିତ କୁସୁମା ପୋଖରୀ ସହ ପାର୍କ ୨୦୧୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। କିନ୍ତୁ ପରେ କୁସୁମା ପୋଖରୀ ମଧ୍ୟରେ ଥିବା ଶିଶୁ ଉଦ୍ୟାନଟିକୁ ହଟାଯାଇ ୯ ବଖରା ବିଶିଷ୍ଟ ଅତ୍ୟାଧିନିକ ଅତିଥି ଭଵନ ନିର୍ମାଣ ହୋଇଥିଲା। ତେବେ ପ୍ରଶ୍ନ ଉଠୁଛି ଏହା ପୌରପାଳିକା ଅନୁମୋଦନରେ ନିର୍ମାଣ ହୋଇଛି କି?

ସୂଚନା ଅନୁସାରେ, ୨୦୧୧ ମସିହାରେ ୨୦ ଏକରୁ ଅଧିକ ଜମିରେ ଥିବା କୁସୁମା ପୋଖରୀର ପୁନଃରୁଦ୍ଧାର ଓ ଏହାର ସୌନ୍ଦର୍ଯ୍ୟକରଣ ଲାଗି ୨୨ କୋଟି ଟଙ୍କା ମଞୁର ହୋଇଥିଲା। ଏହି ଅନୁଦାନରେ ପୋଖରୀ ଚାରିପାଖରେ ପାଚେରି, ଆଲୋକ ସଜ୍ଜା, ଶିଶୁ ପାର୍କ ଓ ୭୦ରୁ ଅଧିକ ପ୍ରଜାତିର ଫୁଲଗଛ ଓ କୁସୁମା ରାଣୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ପରେ ୨୦୧୯ ମସିହାରେ ୨୦ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ଲାଗି ୬ କୋଟି ୬୯ ଲକ୍ଷ ଖର୍ଚ୍ଚ କରାଯାଇଥିଲା। ଏହା ଭିତରକୁ ଯିବା ପାଇଁ ଟିକେଟର ଦାମ ୩୦ ଟଙ୍କା ରଖାଯାଇଥିଲା।

କିନ୍ତୁ ଏହାପରେ ନିର୍ମିତ ଏହି ଆଲିସାନ ବଙ୍ଗଳାକୁ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଥିଲା। ସାଧାରଣ ଲୋକଙ୍କ ଅପେକ୍ଷା ବଡ଼ବଡ଼ିଆଙ୍କ କାମରେ ବଙ୍ଗଳାକୁ ବ୍ୟବହାର କରାଯାଉଥିଲା ବୋଲି ଅଭିଯୋଗ ହୋଇଛି।

ଏନେଇ ପୌର ପରିଷଦ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପଛ ଘୁଞ୍ଚା ଦେଉଥିବା ବେଳେ ଜିଲ୍ଲାପାଳ ନିଖିଲ ପଵନକଲ୍ୟାଣ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଘଟଣାର ପୂରା ଯାଂଚ ହେବ ଓ ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ରିପୋର୍ଟ ଯାଜପୁରରୁ ସଂଜୀବ୍ ନାୟକ

Odisha Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe