ବସ ଧର୍ମଘଟ ପଛରେ କିଏ ?

ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି। ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।

Manoj Swain
  • Published: Friday, 20 October 2023
  • Updated: 20 October 2023, 10:49 AM IST

ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି। ସମସ୍ତେ ନିଜ ନିଜ ଜିଦରେ ରହିଲେ। ବିଚରା ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗିଲେ। ପୂଜା ଛୁଟିରେ କିଏ କେତେ କଣ ଯୋଜନା କରିଥିଲେ। ହେଲେ ଠିକଣା ସମୟ ବେଳକୁ ବସ ବନ୍ଦ କରି ଦେଲେ। ଯେମିତି ଏହି ସମୟକୁ ଅପେକ୍ଷା କରି ରହିଥିଲା ବସ ମାଲିକ ସଂଘ। ସରକାର ବି ବେଫିକର। ସଂଘ ସହ ଆଲୋଚନା କରୁଛନ୍ତି, ମୁହଁରେ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଲିଖିତ ଭାବରେ ଦେବାକୁ ରାଜି ହେଉ ନାହାନ୍ତି। ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos