ରମାଦେବୀ ଛାତ୍ରୀଙ୍କ ପରୀକ୍ଷା ବାତିଲ ପଛରେ କିଏ ?

କୁଳପତି ଅନୁମତି ଦେଇନଥିବା ସ୍ପଷ୍ଟ ଭାବେ କହିଛନ୍ତି। ଏହା ପରେ ବି କେମିତି ଓ କାହା ସହାୟତାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବୈଶାଖରେ ବସନ୍ତ ଉତ୍ସବ କରାଯାଉଛି ତାକୁ ନେଇ ଉଠିଲାଣି ପ୍ରଶ୍ନ ।

Manoj Swain
  • Published: Tuesday, 30 April 2024
  • Updated: 30 April 2024, 11:52 AM IST

Sports

Latest News

ଗୋଟିଏ ପଟେ ଅସହ୍ୟ ଖରା ପାଇଁ ପରୀକ୍ଷା ସ୍ଥଗିତ କରିବାକୁ ରମାଦେବୀ ଛାତ୍ରୀଙ୍କ ଆନ୍ଦୋଳନ । ଅନ୍ୟପଟେ ଠିକ୍ ଷ୍ଟ୍ରାଇକ୍‌ର ଗୋଟିଏ ଦିନ ପୂର୍ବରୁ ବୈଶାଖର 42 ଡିଗ୍ରୀ ଖରାରେ ବସନ୍ତ ଉତ୍ସବରେ ଛାତ୍ରୀଙ୍କ ଡିଜେ ଡ୍ୟାନ୍ସ । ଯେଉଁ ଖରା ପାଇଁ ଛାତ୍ରୀ ସକାଳ ସାଢେ 8ରୁ ସାଢେ 11 ପରୀକ୍ଷା ପର୍ଯ୍ୟନ୍ତ ଦେବାକୁ ଅସମର୍ଥ ଥିଲେ । ସେଠାରେ ଏପ୍ରିଲ 21ରୁ 25 ପର୍ଯ୍ୟନ୍ତ କ୍ୟାମ୍ପସ ଭିତରେ ଜମିଥିଲା ଏହି ନାଚଗୀତର ଆସର । ତେବେ ସବୁଠାରୁ ବଡ କଥା ହେଲା, ଏହି ଉତ୍ସବ ପାଇଁ କୁଳପତି ଅନୁମତି ଦେଇନଥିବା ସ୍ପଷ୍ଟ ଭାବେ କହିଛନ୍ତି । ଏହା ପରେ ବି କେମିତି ଓ କାହା ସହାୟତାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବୈଶାଖରେ ବସନ୍ତ ଉତ୍ସବ କରାଯାଉଛି ତାକୁ ନେଇ ଉଠିଲାଣି ପ୍ରଶ୍ନ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos