ଗୋଟିଏ ପଟେ ଅସହ୍ୟ ଖରା ପାଇଁ ପରୀକ୍ଷା ସ୍ଥଗିତ କରିବାକୁ ରମାଦେବୀ ଛାତ୍ରୀଙ୍କ ଆନ୍ଦୋଳନ । ଅନ୍ୟପଟେ ଠିକ୍ ଷ୍ଟ୍ରାଇକ୍ର ଗୋଟିଏ ଦିନ ପୂର୍ବରୁ ବୈଶାଖର 42 ଡିଗ୍ରୀ ଖରାରେ ବସନ୍ତ ଉତ୍ସବରେ ଛାତ୍ରୀଙ୍କ ଡିଜେ ଡ୍ୟାନ୍ସ । ଯେଉଁ ଖରା ପାଇଁ ଛାତ୍ରୀ ସକାଳ ସାଢେ 8ରୁ ସାଢେ 11 ପରୀକ୍ଷା ପର୍ଯ୍ୟନ୍ତ ଦେବାକୁ ଅସମର୍ଥ ଥିଲେ । ସେଠାରେ ଏପ୍ରିଲ 21ରୁ 25 ପର୍ଯ୍ୟନ୍ତ କ୍ୟାମ୍ପସ ଭିତରେ ଜମିଥିଲା ଏହି ନାଚଗୀତର ଆସର । ତେବେ ସବୁଠାରୁ ବଡ କଥା ହେଲା, ଏହି ଉତ୍ସବ ପାଇଁ କୁଳପତି ଅନୁମତି ଦେଇନଥିବା ସ୍ପଷ୍ଟ ଭାବେ କହିଛନ୍ତି । ଏହା ପରେ ବି କେମିତି ଓ କାହା ସହାୟତାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବୈଶାଖରେ ବସନ୍ତ ଉତ୍ସବ କରାଯାଉଛି ତାକୁ ନେଇ ଉଠିଲାଣି ପ୍ରଶ୍ନ । ଦେଖନ୍ତୁ ପୂରା ରିପୋର୍ଟ।