Advertisment

ରାସନ୍‌କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଦେଉଛି କିଏ ? ରାଜ୍ୟ ନା କେନ୍ଦ୍ର ?

କେନ୍ଦ୍ର ସରକାର ନା ରାଜ୍ୟ ସରକାର। ଟଙ୍କା ବଣ୍ଟନ ବେଳେ ଦିଆଯାଉଥିବା ରସିଦ୍‌କୁ ନେଇ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ।

author-image
Manoj Swain

ରାସନ୍‌କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଦେଉଛି କିଏ? କେନ୍ଦ୍ର ସରକାର ନା ରାଜ୍ୟ ସରକାର। ଟଙ୍କା ବଣ୍ଟନ ବେଳେ ଦିଆଯାଉଥିବା ରସିଦ୍‌କୁ ନେଇ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଲୋଇସିଂହା ବ୍ଲକ୍‌ କୁଶଙ୍ଗ ପଞ୍ଚାୟତରେ ରାସନ୍‌କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ବଣ୍ଟନ କରାଯାଇଥିଲା। ଟଙ୍କା ସହିତ ଦିଆଯାଇଥିବା ରସିଦ୍‌କୁ ନେଇ ଏବେ ଜୋରଦାର ଚର୍ଚ୍ଚା। ରାସନକାର୍ଡ଼ ହିତାଧିକାରୀଙ୍କୁ ଦିଆଯାଇଥିବା ରସିଦ୍‌ ଉପରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଲେଖାଯାଇଛି। ତା’ ତଳେ ଲେଖାଯାଇଛି ହଜାରେ ଟଙ୍କା। ସେହି ରସିଦରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ରାସନ୍‌କାର୍ଡଧାରୀଙ୍କୁ ହଜାରେ ଟଙ୍କା ଦିଆଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଟଙ୍କା ଦେଉଛି କିଏ? ରାଜ୍ୟ ନା କେନ୍ଦ୍ର?

Advertisment
Odisha Balangir