Advertisment

ଶିଶୁ ପୁତ୍ର କାହାର? ନାବାଳିକାର ନା ମହିଳାଙ୍କର; ସତ କିଏ କହୁଛନ୍ତି?

ଅଙ୍ଗନବାଡ଼ି କର୍ମୀ ଏନେଇ ଗୁଣୁପୁର ସିଡିପିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୁଣୁପୁର ସିଡିପିଓ ଘଟଣାର ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଅବଗତ କରାଇଥିଲେ। ପରେ ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।

ଅଦ୍ୟତନ ହୋଇଛି
Child

Child

Advertisment

ଚର୍ଚ୍ଚାରେ ଶିଶୁ ପୁତ୍ର। ପ୍ରକୃତରେ ଶିଶୁ ପୁତ୍ରର ମାଆ କିଏ? ନାବାଳିକା ନା ମହିଳାଙ୍କର। ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ ପରେ ତତ୍ପର ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ନବାଳିକା ମାଆ ଚୁପ୍‌ ଥିବା ବେଳେ ମହିଳା ଜଣକ କହିଛନ୍ତି, ଛୁଆ ମୋର। ମୋ ଗର୍ଭରୁ ଜନ୍ମ ହୋଇଛି। ମମତା ଓ ମାତୃତ୍ୱର ଅତୁଟ ବନ୍ଧନରେ ଜଣେ ମାଆ ଛନ୍ଦି ହୋଇପଡ଼ିଥିବା ବେଳେ ମାମଲାର ଯାଞ୍ଚ କରୁଥିବା ପ୍ରଶାସନ ଅସହାୟ ପ୍ରକାଶ କରିଛି। ତଥାପି ସୁରକ୍ଷା ଦୃଷ୍ଟିରୁ ଶିଶୁ ପୁତ୍ରକୁ ଉଦ୍ଧାର କରି CWCରେ ରଖିଛନ୍ତି।

Advertisment

ଅଙ୍ଗନବାଡ଼ି କର୍ମୀ କରିଥିବା ଅଭିଯୋଗ ଅନୁସାରେ ଟାସିଙ୍ଗ ଥାନା ଅଞ୍ଚଳର ୧୬ ବର୍ଷୀୟା ନାବାଳିକା ଗର୍ଭବତୀ ଥିଲେ। ତାଙ୍କ ନାଁ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ହୋଇଥିଲା। ଜଣେ ଗର୍ଭବତୀ ହିସାବରେ ରାଜ୍ୟ ସରକାରଙ୍କ ସବୁ ଯୋଜନାର ଲାଭ ପାଇଥିଲେ ନାବାଳିକା। ମାର୍ଚ୍ଚ ୧୫ ତାରିଖରେ ନବାଳିକା ନିଜ ଘରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତାହାର ରେକର୍ଡ ମଧ୍ୟ ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ପହଞ୍ଚିଥିଲା। ତେବେ ହଠାତ୍‌ ଛୁଆ ଗାଏବ ହୋଇଯାଇଥିଲା। ଅଙ୍ଗନବାଡ଼ି କର୍ମୀ ଯାଞ୍ଚ କରିବାରୁ ଜଣାପଡ଼ିଲା ନାବାଳିକାଙ୍କ ପରିବାର ଲୋକେ ନବଯାତଙ୍କୁ ଡମ୍ବସରା ପଞ୍ଚାୟତର ଭୁଲସୁଣ୍ଡା ଗାଁର ଏକ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଭାବେ ପ୍ରଦାନ କରିଛନ୍ତି।

ଅଙ୍ଗନବାଡ଼ି କର୍ମୀ ଏନେଇ ଗୁଣୁପୁର ସିଡିପିଓ ଶୁଷମା ପ୍ରସାଦଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୁଣୁପୁର ସିଡିପିଓ ଘଟଣାର ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଅବଗତ କରାଇଥିଲେ। ପରେ ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଆଜି ଗୁଣୁପୁର ଉପଜିଲ୍ଲାପାଳ କିରନଦୀପ କୌର ସାହୋଟା, ଗୁଣୁପୁର ସିଡିପିଓ ଶୁଷମା ପ୍ରସାଦ, ରାୟଗଡା ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟାମାନେ ନାବାଳିକାର ଘରକୁ ଯାଇ ତଦନ୍ତ କରିଥିଲେ। ପରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ରାକର୍ଡପତ୍ର ଯାଞ୍ଚ କରିଥିଲେ।

Advertisment

ଉପଖଣ୍ଡ ମେଡ଼ିକାଲ୍‌ର ରେକର୍ଡପତ୍ର ଯାଞ୍ଚରୁ ଜଣାପଡ଼ିଲା ଯେଉଁ ମହିଳା ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି, ସିଏ ମାର୍ଚ୍ଚ ୩୦ ତାରିଖରେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ’ଦିନ ଶିଶୁ ପୁତ୍ରକୁ ଜନ୍ମ ପରେ ମହିଳା ଜଣକ ମେଡ଼ିକାଲରୁ ଡିସ୍‌ଚାର୍ଜ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ ନଥିପତ୍ରରୁ ସ୍ପଷ୍ଟ ହୋଇଥିଲା। ଯାହାକୁ ନେଇ ପ୍ରଶାସନ ଅଡୁଆରେ ପଡ଼ିଥିବା ବେଳେ ପୋଷ୍ୟସନ୍ତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ମହିଳା। ସେ କହିଛନ୍ତି, ଜନ୍ମିତ ଶିଶୁ ପୁତ୍ର ମୋର। ମୁଁ କାହାଠାରୁ ଗ୍ରହଣ କରିନାହିଁ। ସେନେଇ ମୋ’ ପାଖରେ ସମସ୍ତ ପ୍ରମାଣପତ୍ର ଅଛି। କିଛି ଖଳ ପ୍ରକୃତିର ଲୋକ ଏପରି ଷଡଯନ୍ତ୍ର କରୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

ସେପଟେ ଶେଷ ଖରବ ସୁଦ୍ଧା ଶିଶୁ ପୁତ୍ରଙ୍କୁ CWC ଉଦ୍ଧାର କରିଛି। ତାଙ୍କୁ ରାୟଗଡ଼ାରେ ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନାବାଳିକା ମାଆଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଗୁଣୁପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ୍ତ କୁମାର ପଣ୍ଡା କରିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି।

ରିପୋର୍ଟର-ଗୁଣୁପୁରରୁ ରାକେଶ କୁମାର ପାଢ଼ୀ

Missing Child Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe