Advertisment

କିଏ କେଉଁଠି କରିବେ ପତାକା ଉତ୍ତୋଳନ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ, ୨୦ ଜିଲ୍ଲାରେ ମନ୍ତ୍ରୀ

ଭଦ୍ରକ,ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଆସନ୍ତା ଅଗଷ୍ଟ ୧୫ତାରିଖରେ ଭୁବନେଶ୍ୱରରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ । ସେହିପରି ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ, ରାଉରକେଲା ଓ ବ୍ରହ୍ମପୁରରେ ୨ଜଣ ଆରଡିସି ଏବଂ ୧୦ଟି ଜିଲ୍ଲାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ସଂଗ୍ରାମ ସମାରୋହରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ।

Advertisment

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ । ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା- କନ୍ଧମାଳ, ନିରଞ୍ଜନ ପୂଜାରୀ- ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୋରାପୁଟ, ପ୍ରଦୀପ କୁମାର ଅମାତ- ଗଞ୍ଜାମ, ପ୍ରମିଳା ମଲ୍ଲିକ- ବରଗଡ଼, ଉଷା ଦେବୀ- ସମ୍ବଲପୁର, ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦୁଝର, ପ୍ରତାପ କେଶରୀ ଦେବ -ଅନୁଗୁଳ, ଅତନୁ ସବ୍ୟସାଚୀ ନାୟକ- ରାୟଗଡ଼ା, ଟୁକୁନି ସାହୁ- ଜଗତସିଂହପୁର, ଅଶୋକ ଚନ୍ଦ୍ର ପଣ୍ଡା-ବଲାଙ୍ଗିର, ରାଜେନ୍ଦ୍ର ଢ଼ୋଲକିଆ- ସୁନ୍ଦରଗଡ଼, ବିକ୍ରମ କେଶରୀ ଆରୁଖ- କଟକ, ସୁଦାମ ମାର୍ଣ୍ଡି- ବାଲେଶ୍ୱର, ଶାରଦା ପ୍ରସାଦ ନାୟକ- ଝାରସୁଗୁଡ଼ା, ଅଶ୍ୱିନୀ କୁମାର ପାତ୍ର- ମୟୂରଭଞ୍ଜ, ପ୍ରୀତିରଞ୍ଜନ ଘଡ଼ାଇ- କଳାହାଣ୍ଡି, ତୁଷାରକାନ୍ତି ବେହେରା-ମାଲକାନଗିରି, ରୀତା ସାହୁ- ସୋନପୁର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ।

ସେହିପରି ଭଦ୍ରକ,ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଂଚଳ ଆରଡିସି ଓ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

Advertisment
Independence Day Indian Flag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe