Advertisment

କିଏ ନେଉଛି ନିଷ୍ପତ୍ତି: ୨୦ଦିନରେ ୩ଥର ବାତିଲ ହେଲାଣି ଓଏଏସ୍ ଅଫିସରଙ୍କ ବଦଳି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଯେଉଁ ବଦଳି ହେଉଛି ତାକୁ କିଏ ପ୍ରସ୍ତୁତ କରୁଛି ଓ ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ବଦଳି ୨୦ଦିନ ମଧ୍ୟରେ ୩ଥର ବାତିଲ ହେବା ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଛି ନା ଅଜାଣତରେ ତାହା ବି ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

Lokseva Bhawan

lokseva bhawan

Advertisment

ରାଜ୍ୟ ସରକାରଙ୍କ ଅପରିପକ୍ୱତା ଯୋଗୁ ଜଣେ ଓଏଏସ୍ ଅଫିସରଙ୍କ ବଦଳି ବିଗତ ୨୦ଦିନ ମଧ୍ୟରେ ୩ଥର ବଦଳିଲାଣି । ସମ୍ପୃକ୍ତ ଅଫିସରଙ୍କ ପାଇଁ କେଉଁ ଲବିରେ ଏହି ବଦଳି ନିଷ୍ପତ୍ତି ବାରମ୍ବାର ବଦଳୁଛି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ କିଭଳି ବାରମ୍ବାର ଅନୁମତି ଦେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ବରିଷ୍ଠ ଓଏଏସ୍ ନିରଞ୍ଜନ ବେହେରାଙ୍କ ବଦଳିକୁ ୩ଥର ବାତିଲ କରାଯିବା ପରେ ଶନିବାର ଅର୍ଥାତ ଚଳିତମାସ ୭ତାରିଖରେ ତାଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଶ୍ରୀ ବେହେରାଙ୍କ ସମେତ ଓଏଏସ୍ ଆରତୀ ରାଉତଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ରୁଦ୍ରନାରାୟଣ ଦାଶଙ୍କୁ ଭୁବନେଶ୍ୱର ମହାନଗର ନିଗମର ଯୁଗ୍ମ କମିଶନର, ରବିନାରାୟଣ ଜେଠୀଙ୍କୁ ଜଗତସିଂହପୁର ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଦେବଦତ୍ତ ମହାନ୍ତଙ୍କୁ ଛତ୍ରପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

ତେବେ ୭ତାରିଖର ଏହି ବଦଳି ବିଜ୍ଞପ୍ତିରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଓଏଏସ୍ ଶ୍ରୀ ବେହେରାଙ୍କ ସେପ୍ଟେମ୍ବର ୨୬ତାରିଖର ବଦଳିକୁ ବାତିଲ କରାଯାଇଛି । ଶ୍ରୀ ବେହେରାଙ୍କୁ ଗତ ୨୬ତାରିଖରେ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଥିଲା । ସେହି ସେପ୍ଟେମ୍ବର ୨୬ତାରିଖ ବିଜ୍ଞପ୍ତିରେ ଶ୍ରୀ ବେହେରାଙ୍କର ସେପ୍ଟେମ୍ବର ୧୬ତାରିଖର ବଦଳିକୁ ବାତିଲ କରାଯାଇଥିଲା । ସେପ୍ଟେମ୍ବର ୧୬ତାରିଖରେ ଶ୍ରୀ ବେହେରାଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା ।

Advertisment

ତେବେ ପ୍ରଶ୍ନ ଉଠୁଛି, ଜଣେ ଓଏଏସ୍ ଅଫିସରଙ୍କ ବାରମ୍ବାର ବଦଳି ବାତିଲ ନିଷ୍ପତ୍ତି ନେଉଛି କିଏ? ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସାଧାରଣ ପ୍ରଶାସନ ବିଭାଗ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ହିଁ ଏହି ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ବଦଳି ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଏହି ଜଣେ ମାତ୍ର ଓଏଏସ୍ ଅଫିସରଙ୍କ ବଦଳିକୁ ନେଇ ଏତେ ଆନ୍ତରିକତା ଦେଖାଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଉପଜିଲ୍ଲାପାଳ ଥିବା ଶ୍ରୀ ବେହେରାଙ୍କୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପଦକୁ ବାରମ୍ବାର ବଦଳି କରାଯିବା ଓ ତାକୁ ବାତିଲ କରାଯିବା ପଛରେ କେଉଁ ଅଦୃଶ୍ୟ ଚାପ କାମ ଦେଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଯେଉଁ ବଦଳି ହେଉଛି ତାକୁ କିଏ ପ୍ରସ୍ତୁତ କରୁଛି ଓ ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ବଦଳି ୨୦ଦିନ ମଧ୍ୟରେ ୩ଥର ବାତିଲ ହେବା ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଛି ନା ଅଜାଣତରେ ତାହା ବି ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ବଦଳି ନିର୍ଦ୍ଦେଶ ଜାରି ହେବା ଓ ବାରମ୍ବାର ବାତିଲ ହେବା ପରୋକ୍ଷରେ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ଅପରିପକ୍ୱତାକୁ ପଦାରେ ପକାଇଥିବାବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି ।

Odisha Govt Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe