କିଏ ହେବ ପୁଲିସ ଡିଜି: ଦ୍ୱନ୍ଦ୍ୱରେ ସରକାର,ଏଯାଏଁ ପଠାଇଲେନି ଆଇପିଏସଙ୍କ ତାଲିକା,ବଢ଼ିବ କି ସୁନୀଲଙ୍କ କାର୍ଯ୍ୟକାଳ

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନର ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ତାରିଖରେ ଶେଷ ହେବ ।

DGP PhotoOR

ଓଡ଼ିଶା ପୁଲିସ୍‌ ମହାନିର୍ଦ୍ଦେଶକ (ଡଜିପି) ସୁନୀଲ ବଂଶଲ୍‌

Ordigital Desk
  • Published: Monday, 02 October 2023
  • Updated: 02 October 2023, 09:41 PM IST

Sports

Latest News

ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି (ହେଡ୍ ଅଫ ପୁଲିସ ଫୋର୍ସ) କିଏ ହେବ, ତାକୁ ନେଇ ସଂଶୟ ଲାଗି ରହିଛି । ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ତାରିଖରେ ଶେଷ ହେଉଥିବାବେଳେ ସାଧାରଣ ନିର୍ବାଚନ ଆଉ ମାତ୍ର ୫ମାସ ବାକି ଥିବାରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବେ ନା ନୂଆ ପୁଲିସ ଡିଜି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି।

ପ୍ରକାଶ ସିଂ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜିପିଙ୍କ କାର୍ଯ୍ୟକାଳ ଶେଷ ହେବାର ଅତିକମରେ ୩ମାସ ପୂର୍ବରୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଚୟନ ନିମନ୍ତେ ୯ଟି ସର୍ତ୍ତାବଳୀ ସହ ଯୋଗ୍ୟ ବରିଷ୍ଠ ଆଇପିଏସଙ୍କ ତାଲିକା ଓ ପ୍ରସ୍ତାବକୁ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ଙ୍କ ନିକଟକୁ ନିଶ୍ଚିତ ପଠାଇ ଏମପ୍ୟାନେଲ କମିଟିର ବୈଠକ ଡାକିବା ନିମନ୍ତେ ଅନୁରୋଧ କରିବେ । କିନ୍ତୁ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ଚୟନ ନିମନ୍ତେ ଓଡ଼ିଶା ସରକାର ନିର୍ଦ୍ଧାରିତ ଅବଧି ମଧ୍ୟରେ(ଡିଜିପିଙ୍କ ଅବସରର ୩ମାସ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ମାସ ଶେଷ ) ଓ ଏପରିକି ଆଜି ସୁଦ୍ଧା ୟୁପିଏସସି କର୍ତ୍ତୃପକ୍ଷଙ୍କୁ କୌଣସି ପ୍ରସ୍ତାବ ପଠାଇନଥିବା ଜଣାପଡ଼ିଛି।

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନର ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ତାରିଖରେ ଶେଷ ହେବ । ୧୯୮୭ ବ୍ୟାଚ୍ ଆଇପିଏସ୍ ଶ୍ରୀ ବଂଶଲଙ୍କ ସରକାରୀ ଚାକିରିରୁ ଅବସର ଅବଧି ୨୦୨୨ ଜୁନ୍ ମାସରେ ଶେଷ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ପ୍ରାବଧାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ଦୁଇବର୍ଷ (୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ) କାର୍ଯ୍ୟ କରିବା ନିମନ୍ତେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଥିଲେ।

Also Read

ତେବେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଡିଜିପି ନିଯୁକ୍ତି ପାଇଁ ଜାରି ଗାଇଡଲାଇନ୍ ଅନୁସାରେ ଡିଜିପିଙ୍କ ଅବସରର ଅତିକମରେ ୩ମାସ ପୂର୍ବରୁ ରାଜ୍ୟ ସରକାର ନୂଆ ଡିଜିପି ଚୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ଜରୁରୀ । ମାତ୍ର ଆଜି ସୁଦ୍ଧା ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଡିଜିପି ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱନ୍ଦ୍ୱରେ ରହିଥିବାରୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରୁନଥିବା ଜଣାପଡ଼ିଛି ।

ନାଟକୀୟ ଢଙ୍ଗରେ ବରିଷ୍ଠ ଓଡ଼ିଆ ଆଇପିଏସ୍ ବିକେ ଶର୍ମାଙ୍କୁ ଅପମାନିତ କରି କେନ୍ଦ୍ରରେ ଡେପୁଟେସନରେ ଥିବା ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲଙ୍କୁ ରାଜ୍ୟ ସରକାର ଡିଜିପି ଭାବେ ନିଯୁକ୍ତି ଦେଇଥିଲେ । ଓଡ଼ିଶା କ୍ୟାଡ଼ରର ଏହି ଆଇପିଏସ୍ ଅଫିସର ୧୯୯୪ ମସିହାରୁ ଓଡ଼ିଶା ଛାଡ଼ି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତାଙ୍କ ଉପରେ ଅନୁକମ୍ପା ଦେଖାଇ ଗତ ୨୦୨୧ ଡିସେମ୍ବର ମାସରେ ତାଙ୍କୁ ଡିଜିପି ପଦବୀରେ ଅବସ୍ଥାପିତ କରିଥିଲେ।

ତାଙ୍କର ବିଗତ ଦୁଇବର୍ଷର କାର୍ଯ୍ୟକାଳ ଉଭୟ ଓଡ଼ିଶା ପୁଲିସ ଫୋର୍ସ ଓ ରାଜ୍ୟ ପାଇଁ ଉତ୍ସାହପ୍ରଦ ନଥିବାବେଳେ ତାଙ୍କ କାର୍ଯ୍ୟକାଳ ବଢ଼ାଇ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା ଚାଲିଛି । ଅବଶ୍ୟ ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ପ୍ରଭାବ ବଢ଼ୁଛି ବୋଲି ବିରୋଧୀଙ୍କ ଅଭିଯୋଗ ଆଗାମୀ ନିର୍ବାଚନରେ କାଳେ ଏକ ପ୍ରସଙ୍ଗ ପାଲଟିବ ସେହି ଆଶଙ୍କା ଏବଂ ଡିଜିପି ଭାବେ ଶ୍ରୀ ବଂଶଲଙ୍କ କାର୍ଯ୍ୟ ପ୍ରଦର୍ଶନକୁ ଦେଖି ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । କିନ୍ତୁ ପୁଲିସ ଡିଜି ଶ୍ରୀ ବଂଶଲଙ୍କ ଦୁର୍ବଳ ନେତୃତ୍ୱ ଓ କାର୍ଯ୍ୟ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁହାଉଥିବାରୁ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ଆଉ ୬ମାସ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ପ୍ରକାଶ ସିଂ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଏହି ୯ଟି ଦିଗ ଥିବା ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ଡିଜିପି ପଦବୀ ନିମନ୍ତେ ଅତିକମରେ ୩୦ବର୍ଷ ଚାକିରି କାଳ ପୂରଣ କରିଥିବା ଓ ଅତିରିକ୍ତ ଡିଜି ପାହ୍ୟାରୁ କମ୍ ହୋଇନଥିବା ଯୋଗ୍ୟ ଆଇପିଏସଙ୍କ ତାଲିକା ବରିଷ୍ଠତା ଭିତ୍ତିରେ ପ୍ରସ୍ତୁତ କରି ୟୁପିଏସସିଙ୍କୁ ପଠାଇବେ ।

ତେବେ ଡିଜିପିଙ୍କ ଅବସରବେଳକୁ ୬ମାସ ଚାକିରି କାଳ ବାକି ଥିବା ଆଇପିଏସଙ୍କୁ ଏହି ତାଲିକାରେ ସାମିଲ କରାଯିବ ନାହିଁ । ୩୦ବର୍ଷ ଚାକିରି କାଳ ସମ୍ପୂର୍ଣ୍ଣ କରିଥିବା ଏଡିଜି ବା ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ ଅଫିସରମାନଙ୍କ ସର୍ଭିସ ରେକର୍ଡ, କାର୍ଯ୍ୟ ପ୍ରଦର୍ଶନ , ଭିଜିଲାନ୍ସ କ୍ଲିଅରାନ୍ସ, ଚରିତ୍ର ପଞ୍ଜିକା, ଶୃଙ୍ଖଳାଗତ ଓ ଅପରାଧିକ ମାମଲା କିମ୍ବା କୋର୍ଟ କେସ୍ ଅବା ଅନ୍ୟ କୌଣସି ପ୍ରତିକୂଳ ମନ୍ତବ୍ୟ ଥିଲେ ତା’ର ବିବରଣୀ ସମେତ ଆନୁଗତ୍ୟ ପ୍ରମାଣପତ୍ର(ଇଣ୍ଟିଗ୍ରିଟି ସାର୍ଟଫିକେଟ) ପଠାଇବାକୁ ପଡ଼ିବ।

କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି) ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏମପ୍ୟାନେଲ୍ କମିଟି ରାଜ୍ୟ ସରକାର ପଠାଇଥିବା ଯୋଗ୍ୟ ଆଇପିଏସଙ୍କ ତାଲିକା ମଧ୍ୟରୁ ମେରିଟ୍ ଓ ବରିଷ୍ଠତା ଆଧାରରେ ୩ ଜଣ ଆଇପିଏସଙ୍କୁ ଚୟନ କରିବେ । ସେମାନଙ୍କ ମଧ୍ୟରୁ ଜଣକୁ ପରବର୍ତ୍ତୀ ଡିଜିପି ଭାବେ ଚୟନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ଆଉ ରାଜ୍ୟ ସରକାର ନିଜ ପସନ୍ଦ ଅନୁସାରେ ସେହି ୩ଜଣିଆ ତାଲିକାରୁ ଜଣଙ୍କୁ ଡିଜିପି ଭାବେ ଚୟନ କରିବେ ।  ସୂଚନାଯୋଗ୍ୟ, ୟୁପିଏସସି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଗଠିତ ଏମପ୍ୟାନେଲ କମିଟିରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ସଚିବ ଅବା ସ୍ୱତନ୍ତ୍ର ସଚିବ, ରାଜ୍ୟ ମୁଖ୍ୟ ସଚିବ, ରାଜ୍ୟ ପୁଲିସ ଡିଜି ଓ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁଖ୍ୟ ସଦସ୍ୟ ରହିବାର ପ୍ରାବଧାନ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story