ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା: ନିଜଆଡ଼ୁ ତଦନ୍ତ ନିର୍ଦ୍ଦେଶ ନଦେଇ କାହିଁକି ସମୟ ଗଡ଼ାଇଲେ ସରକାର?

ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ କରିଛି ତଥାପି ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଓଡ଼ିଶା କ୍ରିକେଟ୍ ଆସେସିଏସ(ଓସିଏ) ଅବୈତନିକ ସମ୍ପାଦକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

barabati

ବାରବାଟୀ

Ordigital Desk
  • Published: Monday, 10 February 2025
  • Updated: 10 February 2025, 07:52 PM IST

Sports

Latest News

ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚବେଳେ ଅଧଘଣ୍ଟା ଧରି ପଡ଼ିଆ ଅନ୍ଧାର ରହିଲା । ସମଗ୍ର ବିଶ୍ୱ ମ୍ୟାଚର ସିଧାପ୍ରସାରଣ ଦେଖୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଓଡ଼ିଶା ସରକାର ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନର ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଛି ।  ଏହି ଘଟଣା ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦିତ କରିଛି ତଥାପି ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଓଡ଼ିଶା କ୍ରିକେଟ୍ ଆସେସିଏସ(ଓସିଏ) ସମ୍ପାଦକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

କ୍ରୀଡ଼ାମନ୍ତ୍ରୀ-ଓସିଏ ସମ୍ପାଦକ-ବସ୍ କର୍ତ୍ତୃପକ୍ଷ ସମସ୍ତେ ନିଜ ନିଜର ମୁଣ୍ଡରୁ ଦୋଷ ଛଡ଼ାଇବାରେ ଲାଗିଥିବାବେଳେ ଓଡ଼ିଶାକୁ ଯେଉଁ ବଦନାମ ମୁଣ୍ଡାଇବାକୁ ପଡ଼ିଲା ସେଥିପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନେଇ ସରକାର କାହିଁକି ୧୦ଦିନର ସମୟ ଗଡ଼ାଇଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପଟେ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ରାଜ୍ୟ ସରକାରଙ୍କ ଅପାରଗତା ଓ ବିଶ୍ୱରେ ଓଡ଼ିଶାର ସମ୍ମାନ ହାନି ହେଲା ବୋଲି କହି ସରକାରଙ୍କୁ ଘେରିଛନ୍ତି । ବାରବାଟୀ ଫ୍ଲଡ୍ ଲାଇଟ୍ ନଜଳିବା ଘଟଣାରେ ଶକ୍ତି ବିଭାଗ କୌଣସି ଅବହେଳା କରିନି ବୋଲି କହି ଶକ୍ତି ମନ୍ତ୍ରୀ କେଭି ସିଂହଦେଓ ନିଜ ବିଭାଗ ମୁଣ୍ଡରୁ ଦୋଷ ଛଡ଼ାଇ ସାରିଛନ୍ତି।

ସୂଚନା ଅନୁସାରେ, ବାରବାଟୀ ଷ୍ଟାଡ଼ିୟମରେ ଫ୍ଲଡ୍ ଲାଇଟ୍ ନଜଳିବା ଯୋଗୁ ପ୍ରାୟ ୩୦ମିନିଟ୍ ଧରି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବନ୍ଦ ରହିବା ଘଟଣା ଏବେ ରାଜନୀତିକ ମୋଡ଼ ନେଇଛି। ଆନ୍ତର୍ଜାତିକ ହକି ମ୍ୟାଚର ସଫଳ ଆୟୋଜନ କରି ଓଡ଼ିଶା ଯେଉଁ ସୁନାମ ଅର୍ଜନ କରିଥିଲା ତାହା କେଉଁମାନଙ୍କ ଦାୟିତ୍ୱହୀନତାରୁ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚରେ ଅପଯଶର କାରଣ ପାଲଟିଲା ସେନେଇ ରାଜ୍ୟ ସରକାର ନିଜ ଆଡ଼ୁ ଖୋଳତାଡ଼ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Also Read

ଯଦିଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ସୋମବାର ଓସିଏ ଅବୈତନିକ ସମ୍ପାଦକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ୧୦ଦିନ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ବାରବାଟୀ ଷ୍ଟାଡ଼ିୟମରେ ଫ୍ଲଡ୍ ଲାଇଟ୍ ଖରାପ ଯୋଗୁ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପ୍ରାୟ ୩୦ମିନିଟ୍ ବାଧାପ୍ରାପ୍ତ ହେବା ଘଟଣାରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବହେଳା ପାଇଁ କେଉଁ ବ୍ୟକ୍ତି ବା ଏଜେନ୍ସୀ ଦାୟୀ ତାକୁ ଚିହ୍ନଟ କରି ଭବିଷ୍ୟତରେ ଏଭଳି ତ୍ରୁଟି ଏଡ଼ାଇବାକୁ କ’ଣ ପଦକ୍ଷେପ ନିଆଯିବ ତାହା ୧୦ଦିନ ସୁଦ୍ଧା ଜଣାଇବାକୁ ଓସିଏ ସମ୍ପାଦକଙ୍କୁ କୁହାଯାଇଛି।

ଏପଟେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମ୍ୟାଚ୍ ସମୟରେ ବିଦ୍ୟୁତ କାଟ୍ ବଡ଼କଥା ନୁହେଁ । ବିଳମ୍ବ ହେବା ବଡ଼କଥା । ୨୦ସେକେଣ୍ଡରେ ବିଦ୍ୟୁତ ପୁନଃସଂଯୋଗ ହୋଇପାରିଥାନ୍ତା । କିନ୍ତୁ ତାହ ନହେବାରୁ ସମସ୍ତଙ୍କୁ ଆଘାତ ଦେଇଛି । ଡିଜି ଡ୍ରାଇଭର କି ବ୍ୟାକଅପ୍ ଡ୍ରାଇଭର କାହିଁକି ନଥିଲା ମ୍ୟାଚ୍ ଦାୟିତ୍ୱରେ ଅନେକ ସବକମିଟି ଥିଲେ । ବିଦ୍ୟୁତ ଦାୟିତ୍ୱ ବି ଗୋଟେ କମିଟି ନେଇଥିଲା ।କେଉଁ ଇଭେଂଟ ମ୍ୟାନେଜମେଂଟ ସଂସ୍ଥା ଓ ପରିବହନ ସଂସ୍ଥା ଦାୟିତ୍ୱ ନେଇଥିଲେ ତାହା ଖୋଳତାଡ଼ ହେବା ଦରକାର । ଖେଳାଳୀଙ୍କୁ ଆଣିଥିବା ବସ୍ ଡ୍ରାଇଭର କାହିଁକି ବସ୍ ପାଖରେ ନଥିଲା ବୋଲି ବିରକ୍ତ ହୋଇ ତାଙ୍କୁ ଗିରଫ ପାଇଁ ଡିସିପିଙ୍କୁ କହିଥିଲି । ମ୍ୟାଚ୍ ବନ୍ଦ ହେବା ଘଟଣା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଛି । କିନ୍ତୁ ଆଶ୍ୱସ୍ତ କରୁଛି ଯେ ଓଡ଼ିଶାକୁ ଆହୁରି ମ୍ୟାଚ୍ ଆସିବ ଓ ଆଗକୁ ହେବାକୁ ଥିବା ମ୍ୟାଚ୍ ପାଇଁ ଆମେ ପ୍ରସ୍ତୁତ ରହିବୁ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି ହୋଇଛି ଓ ସେଥିପାଇଁ ଓସିଏ ପକ୍ଷରୁ ସେ ସମସ୍ତଙ୍କୁ କ୍ଷମା ମାଗୁଛନ୍ତି । ଇଲେକ୍ଟ୍ରିକ ସାମଗ୍ରୀରେ ଯାନ୍ତ୍ରିକ ତ୍ରୁଟି ହେବା କାହା ହାତ କଥା ନୁହେଁ । ଦ୍ୱିତୀୟ ଜେନେରେଟର ପାଇଁ ବ୍ୟାକଅପ୍ ପ୍ଲାନ୍ ପ୍ରସ୍ତୁତ ଥିଲା । ମାତ୍ର ଜେନେରେଟର ଆସିବା ବାଟରେ ଖେଳାଳୀଙ୍କ ବସ୍ ଛିଡ଼ା ହୋଇଥିବାରୁ ଏଥିରେ ସମସ୍ୟା ଦେଖାଦେଇଥିଲା । ବସ୍ ଡ୍ରାଇଭର ଖେଳ ଦେଖିବାକୁ ପଳାଇଥିବାରୁ ବିଳମ୍ବ ହୋଇଥିଲା ବୋଲି ସେ କହିଥିଲେ।

ତେବେ ଖେଳାଳୀଙ୍କୁ ନେଇଥିବା ବସର କର୍ତ୍ତୃପକ୍ଷ(ଡଲଫିନ୍ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ) ପୁନିତ୍ ସାହୁ କହିଛନ୍ତି ଯେ, ବାରବାଟୀ ବିଭ୍ରାଟ ପାଇଁ ବସ୍ ଡ୍ରାଇଭକୁ ଦୋଷ ଦେବା ଉଚିତ୍ ନୁହେଁ । ପୁଲିସ୍ ଓ ସୁରକ୍ଷା କର୍ମୀଙ୍କ ନିର୍ଦ୍ଦେଶରେ ବସ୍ ସେଠାରେ ରହିଥିଲା । ଯଦି ସେହି ମାର୍ଗ ଏର୍ମଜେନ୍ସୀ ରାସ୍ତା ପାଇଁ ଥିଲା ତା’ହେଲେ ସେଠାରେ ଗାଡ଼ି କାହିଁକି ଛିଡ଼ା କରିବାକୁ କୁହାଗଲା । ପ୍ରୋଭିଜନ୍ ଅନୁସାରେ ଥରେ ଖେଳାଳୀ ଗାଡ଼ିରୁ ଓହ୍ଲାଇବା ପରେ ଡ୍ରାଇଭର କି ଷ୍ଟାଫ କେହି ଗାଡ଼ିରେ ରହିପାରିବେ ନାହିଁ । ମୋଟ ୬ଜଣଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା । ୨ଜଣ ଡ୍ରାଇଭର ସେହି ବସ୍ ପାଖରେ ଥିବା ଏସକର୍ଟ ଗାଡ଼ିରେ ବସିଥିଲେ । ଆଉ ୪ଜଣ ପାଖରେ ଥିବା ରେଷ୍ଟରୁମରେ ଥିଲେ । ଡ୍ରାଇଭରକୁ ଡାକିବାର ୩ମିନିଟ୍ ଭିତରେ ସେ ବସ୍ ପାଖରେ ପହଂଚିଥିଲେ । ଡ୍ରାଇଭର ପାଖରେ ଯେଉଁ ପାସ୍ ଥିଲା ସେଥିରେ ଖେଳ ଦେଖିବା କିମ୍ବା ଭିତରକୁ ଯିବା ସମ୍ଭବପର ନୁହେଁ । ନିରପେକ୍ଷ ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ।

ଶକ୍ତିମନ୍ତ୍ରୀ କେଭି ସିଂହଦେଓ ଏହି ବାରବାଟୀ ବିଭ୍ରାଟରେ ଶକ୍ତି ବିଭାଗର କୌଣସି ଅବହେଳା ନାହିଁ ବୋଲି କହିଥିବାବେଳେ ଓସିଏର ପୂର୍ବତନ କୋଷାଧ୍ୟକ୍ଷ ବିଶ୍ୱନାଥ ମୁଖାର୍ଜୀ ୨୫ମିନିଟ୍ ଲାଇନ୍ ନଆସିବା ସିଧାସଳଖ ଦାୟିତ୍ୱହୀନତା ବୋଲି କହିଛନ୍ତି।

ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି ଯେ, ବାରମ୍ବାର ମନ୍ତ୍ରୀ ମ୍ୟାଚକୁ ସମୀକ୍ଷା କରିଛନ୍ତି । ଯେଉଁ ହିସାବରେ ଯୋଜନା କରାଯାଇଥିଲା ତାକୁ କାହିଁକି ଗୁରୁତ୍ୱର ସହ ନିଆଗଲାନି । ତା’ର ଖୋଳତାଡ଼ ହେବା ଦରକାର । ଏହି ମ୍ୟାଚରେ ବ୍ୟାପକ ପରିଚାଳନାଗତ ତ୍ରୁଟି ପଦାକୁ ଆସିଛି । ଟିକେଟ୍ କଳାବଜାରୀଠୁ ଆରମ୍ଭ କରି ଫ୍ଲଡ୍ ଲାଇଟ୍ କଟିବା ପର୍ଯ୍ୟନ୍ତ। ୩୦ମିନିଟ୍ ଲାଇନ୍ କଟିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ବହୁ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ଖେଳାଗଲା । ଏବେ ଯେଉଁ ଅବ୍ୟବସ୍ଥା ହେଲା ଆଉ ଆନ୍ତର୍ଜାତିକ ମ୍ୟାଚ ଆସିବା କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି ।

ସେହିପରି ବିଧାନସଭାରେ ବିଜେଡିର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ମ୍ୟାଚ୍ ସମୟରେ ଲାଇଟ୍ ବନ୍ଦ ହେବା ଦୁର୍ଭାଗ୍ୟଜନକ ଘଟଣା । ଏହା ଦ୍ୱାରା ରାଜ୍ୟ ସ ଦେଶ ନିନ୍ଦିତ ହେଲା ଓ ଆମ ଅଯୋଗ୍ୟତା ପ୍ରମାଣିତ ହୋଇଛି ବୋଲି କହିଛନ୍ତି । ଟିକେଟ୍ ଓ ପାସ୍ ବଂଟନରେ ବ୍ୟାପକ କଳାବଜାରୀ କଥା ମଧ୍ୟ ଶୁଣିବାକୁ ମିଳୁଛି । ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ଓ ପକ୍ଷପାତିତା ହୋଇଛି ବୋଲି ସେ କହିଛନ୍ତି।

କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ବାରବାଟୀରେ ମ୍ୟାଚ୍ ବିଭ୍ରାଟ ଘଟଣା ପାଇଁ ସରକାର ଦାୟୀ ବୋଲି କହିଛନ୍ତି । ଏହି ଘଟଣାକୁ ସେ ନିନ୍ଦା କରିଛନ୍ତି । ଯେଉଁମାନେ ଏହି ଭୁଲ୍ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଉଚିତ୍ । ସମଗ୍ର ବିଶ୍ୱରେ ଓଡ଼ିଶା ନିନ୍ଦିତ ହୋଇଛି । ସରକାର ଟିକେଟ୍ ଦଳୀୟ କର୍ମୀମାନଙ୍କୁ ଦେଇଛନ୍ତି । ଦଳୀୟ କର୍ମୀ ଖେଳ ଦେଖିଲେ, ସାଧାରଣ ଲୋକେ ଅସୁବିଧାରେ ପଡ଼ିଲେ ବୋଲି ସେ କହିବା ସହ ଟିକେଟ୍ ଜାଲିଆତିକୁ ନେଇ ସରକାର ଶ୍ୱେତପତ୍ର ଜାରି କରିବା ଉଚିତ୍ । ଆଗାମୀ ବିଧାନସଭା ଅଧିବେଶନରେ ସେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏହି ଘଟଣାରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବି କରିଛନ୍ତି । ନୈତିକତା ଦୃଷ୍ଟିରୁ କ୍ରୀଡ଼ାମନ୍ତ୍ରୀ ଇସ୍ତଫା ଦେବା ଦରକାର । ଓସିଏକୁ ଜବାବ ମାଗିବା ପରିବର୍ତ୍ତେ ଓସିଏ ଓ ବସିସିଆଇ ଉପରେ କାର୍ଯ୍ୟାନୁଷ୍ଠାନ ସରକାର ନିଅନ୍ତୁ । ମନ୍ତ୍ରୀ ୪ଥର ବାରବାଟୀ ଯାଇ ସମୀକ୍ଷା କଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସମୀକ୍ଷା କଲେ । ତଥାପି ମ୍ୟାଚ ବିଭ୍ରାଟ ହେଲା ଓ ଓଡ଼ିଶା ସମଗ୍ର ବିଶ୍ୱରେ ନିନ୍ଦିତ ହେଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବାରବାଟୀ ମ୍ୟାଚ୍ ବିଭ୍ରାଟ ଘଟଣାକୁ ନେଇ ସୋସିଆଲ ମିଡିଆରେ ଓଡ଼ିଶା ସରକାର ଓ ଓସିଏକୁ ଖୋଲାଖୋଲି ଦାୟୀ କରାଯାଉଛି । ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାବେଳେ ଯେଉଁସବୁ ନିଷ୍ପତ୍ତି ହୋଇଥିଲା ତାକୁ ପାଳନ କରାଯାଇଛି ତ?  ଜଣେ ବରିଷ୍ଠ ଓ ଅଭିଜ୍ଞ ଅଫିସରଙ୍କୁ କାହିଁକି ଏହି ଆନ୍ତର୍ଜାତିକ ମ୍ୟାଚ୍ ପରିଚାଳନା ଦାୟିତ୍ୱରେ ରଖାଗଲାନି? କାହା ନିର୍ଦ୍ଦେଶରେ ଖେଳାଳୀଙ୍କୁ ନେଇଥିବା ବସଟି ସେଠାରେ ରହିଥିଲା?

ଦ୍ୱିତୀୟ ଜେନେରେଟରଟି ଏତେ ଦୂରତ୍ୱରେ କାହିଁକି ରହିଥିଲା? ଏସବୁର ତଦନ୍ତ ପାଇଁ ରାଜ୍ୟ ସରକାର ନିଜଆଡ଼ୁ ପଦକ୍ଷେପ ନେଇ କାହିଁକି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି ? କାହାକୁ ସୁରକ୍ଷା ଦେବା ପାଇଁ କ୍ରୀଡ଼ା ବିଭାଗ ଏଭଳି କାରଣଦର୍ଶାଅ ନୋଟିସ୍ ଜାରି କରି ୧୦ଦିନର ମହଲତ ଦେଇ ମାମଲାକୁ ଶାନ୍ତ କରିବାକୁ ପ୍ରୟାସ କରୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story