ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ପଳାଇଗଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେ ୨୩ତାରିଖରେ ବିଏମସି ମାସିକ ବୈଠକରେ ଉପସ୍ଥିତ ରହିଥିଲେ । ସବୁକିଛି ଠିକଠାକ୍ ଥିବାବେଳେ ଅଚାନକ ଛୁଟିରେ ପଳାଇବାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା(ସିଟିଂ ଆଲାଉନ୍ସ) ବୃଦ୍ଧି ପାଇଁ ବିଏମସି ବୈଠକରେ ନିଷ୍ପତ୍ତି ନିଆଯିବା ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି ବୋଲି ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଶିମିଳିପାଳରୁ ଯାଇ ଝାରଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନତ’
ବାଘୁଣୀକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିବା ବେଳେ ସେ ଏବେ ଯାଇ ଝାରଖଣ୍ଡ ଜଙ୍ଗଲରେ ପହଞ୍ଚିଛି। ଝାରଖଣ୍ଡ ଯାଇ ଏକ ସ୍ୱତନ୍ତ୍ର ଟିମ୍ ‘ଜିନତ’ ଉପରେ ନଜର ରଖିଛନ୍ତି।
Miscellaneous
ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ
ଭଦ୍ରକ ସମେତ ସମସ୍ତ ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଖୁବଶୀଘ୍ର ୫ ହଜାର ଡାକ୍ତର ଓ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ।
Miscellaneous
ଦଗା ଦେଲା ଗୁଗୁଲ ମ୍ୟାପ୍; ଯାଉଥିଲେ ରାୟପୁର, ପହଞ୍ଚିଲେ କନ୍ଧମାଳ
୩ ଦିନ ହେଲା ଟ୍ରକଟି ସେହି ଅଣ ଅସାରିଆ ରାସ୍ତାରେ ଫଶି ରହିଛି।
Miscellaneous
'ବଦଳି ନମାନିଲେ ଦରମା ବନ୍ଦ'; ଗାଦି ମଡ଼ା OAS ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଛାଟ
ବଦଳି ନିର୍ଦ୍ଦେଶ ମାନୁନଥିବା ଓଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ। ଦରମା ବନ୍ଦ କରି ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।
Miscellaneous
କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା, ସିଏଜି ରିପୋର୍ଟରେ ଧରାପଡ଼ିଲା
ମୋଟ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ବିନା ବିଲ୍ ଯାଞ୍ଚରେ ୮ଟି ଘରୋଇ କୋଭିଡ୍ ହସ୍ପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର।