Arun Kumar Sarangi
ରାଜ୍ୟ ପୁଲିସ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅରୁଣ ଷଡଙ୍ଗୀ। ପୁଲିସ ଡିଜି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ସରିଥିବା ବେଳେ ୧୯୯୦ ବ୍ୟାଚ୍ର IPS ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ। ଏଥିସହ ସହ ସେ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ନିୟମିତ ଡିଜିପି ନିଯୁକ୍ତି ଯାଏଁ ଦାୟିତ୍ୱରେ ରହିବେ ଅରୁଣ ଷଡ଼ଙ୍ଗୀ। ଅରୁଣଙ୍କ ଘର ବଲାଙ୍ଗିର ଜିଲ୍ଲାରେ।
ପୁଲିସ ଡିଜି ଭାବେ ଦାୟିତ୍ୱ ନେବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ପୁଲିସର ଗରିମା ଓ ଗୌରବ ଅଛି। ଗତ କିଛି ବର୍ଷ ଧରି ବହୁ ସଫଳତା ପାଇଛି ପୁଲିସ। ସମସ୍ତଙ୍କ ସହଯୋଗରେ ଦାୟିତ୍ୱ ନିର୍ବାହ କରିବି। ଲୋକଙ୍କୁ ଗୁଣାତ୍ମକ ପୁଲିସ ସେବା ଉପରେ ଧ୍ୟାନ ଦେବି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us