ଭତ୍ତା ଟଙ୍କା ଉଠାଇବାକୁ ୩୦ କିମି ଦୂର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଗଲେ ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା । ବ୍ୟାଙ୍କ ଯିବା ବାଟରେ ଜଣେ ସମାଜସେବୀଙ୍କ ନଜର ପଡ଼ିବାରୁ ବୃଦ୍ଧା ମହିଳାଙ୍କୁ ନିକଟସ୍ଥ ସେବା କେନ୍ଦ୍ରକୁ ନେଇ ଯାଇଥିଲେ। ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ଟ୍ରାଇସାଇକେଲ। ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ।