/odisha-reporter/media/post_attachments/uploadimage/library/16_9/16_9_0/Deadbody_1693641251.jpg)
Deadbody
ଜଙ୍ଗଲକୁ କାଠ ଆଣିବାକୁ ଯାଇ ଫେରି ନଥିଲେ ମହିଳା। ୬ଦିନ ପରେ ଜଙ୍ଗଲରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କଲମଙ୍ଗ ଗ୍ରାମର ମେଣ୍ଡାମାରୁଣୀ ଜଙ୍ଗଲରେ। ମୃତକ ମହିଳା ଜଣକ ହେଲେ କଲମଙ୍ଗ ଗ୍ରାମର ଗୁର ନାଏକ।
Advertisment
ଗୁର ରବିବାର ଦିନ ଜଙ୍ଗଲ ମଧ୍ୟକୁ କାଠ ସଂଗ୍ରହ କରି ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକ ଖୋଜାଖୋଜି କରିବା ପରେ ମହିଳାଙ୍କୁ ନ ପାଇବାରୁ ଥାନାରେ ଜଣାଇଥିଲେ। ଆଜି ସକାଳେ ମହିଳାଙ୍କ ଗଳିତ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ ଓ ପୁଲିସକୁ ଜଣାଇଥିଲେ। ପୁଲିସକୁ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ଗୁରୁଙ୍କୁ ହାତୀ ଆକ୍ରମଣ କରିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଗୁରୁଙ୍କ ମୃତଦେହକୁ ୯୦ ପ୍ରତିଶତ ଜଙ୍ଗଲୀ ବନ୍ୟଜନ୍ତୁ ଖାଇଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
