Advertisment

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ରାସ୍ତାରେ ପ୍ରସବ କଲେ ମହିଳା, ଚାଲିଗଲା ଜୀବନ

ରାସ୍ତା ଖରାପ ଯୋଗୁ କଣପାଜୁ ଗାଁଠାରୁ ପ୍ରାୟ ୨ କିମି ଦୂରରେ ଅଟକିଥିଲା ଆମ୍ବୁଲାନ୍ସ।

Dead Body

Dead Body

Advertisment

ଗାଁକୁ ରାସ୍ତା ନଥିବାରୁ ଚାଲିଗଲା ଜଣେ ପ୍ରସୂତୀ ଜୀବନ। ଏହି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଣପାଜୁ ଗାଁରୁ। ମୃତ ମହିଳାଙ୍କ ନାଁ ସବିତା ମଲ୍ଲିକ। ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନବଜାତ ଶିଶୁଟିକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

କଣପାଜୁ ଗାଁର ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତା ମଲ୍ଲିକଙ୍କର ଗତକାଲି ରାତିରେ ଗର୍ଭଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ଯାଇଥିଲା। ହେଲେ ରାସ୍ତା ଖରାପ ଯୋଗୁ କଣପାଜୁ ଗାଁଠାରୁ ପ୍ରାୟ ୨ କିମି ଦୂରରେ ଅଟକିଥିଲା ଆମ୍ବୁଲାନ୍ସ।

ପରିବାର ଲୋକେ ସବିତାଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଉଥିଲେ। ତେବେ ସେମାନେ ପ୍ରାୟ ୧ କିଲୋମିଟର ଆସିବା ପରେ ସବିତାଙ୍କ ଗର୍ଭଯନ୍ତ୍ରଣା ବଢ଼ି ଯାଇଥିଲା ଓ ସେ ବାଟରେ ପ୍ରସବ କରିଥିଲେ। ଏହା ପରେ ଉଭୟ ମା’ ଓ ଛୁଆକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା ଏବଂ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

Advertisment

ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଛୁଆଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe