ସ୍ୱାମୀଙ୍କ ମୃତଦେହ ପାଖରେ କାନ୍ଦୁଛନ୍ତି ପତ୍ନୀ, ୧୨ ଘଣ୍ଟା ପରେ ଉଠିଲା ଶବ

ଗାଁ ଲୋକେ ବେଦଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଓ ଝିଅଙ୍କୁ ସୂଚନା ଦେଇଥିଲେ। ହେଲେ ସେମାନେ ଆସିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ବାପା ତଳ ଜାତିରେ ଦ୍ୱିତୀୟ ବିବାହ କରିଥିବାରୁ ବାସନ୍ଦ ଭୟରେ ପୁଅ ଓ ଝିଅ ଆସିବା ପାଇଁ ମନା କରିଥିଲେ।

Woman PhotoOR

ସ୍ୱାମୀଙ୍କ ମୃତଦେହ ପାଖରେ କାନ୍ଦୁଛନ୍ତି ପତ୍ନୀ

Manoranjan Sial
  • Published: Monday, 25 March 2024
  • Updated: 25 March 2024, 09:36 PM IST

Sports

Latest News

ସ୍ୱାମୀଙ୍କ ମୃତଦେହ ପାଖରେ କାନ୍ଦୁଛନ୍ତି ପତ୍ନୀ। ସାହି ପଡ଼ିଶାଙ୍କୁ ନେହୁରା ହେଉଛନ୍ତି। ହେଲେ କେହି ଆସିଲେ ନାହିଁ। ୧୨ ଘଣ୍ଟା ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଘରୁ ଉଠିଲା ଶବ। ସୁବର୍ଣ୍ଣପୁର ଜିଲ୍ଲାର ଚିଙ୍ଗିରାନାଳୀ ଗାଁରୁ ଆସିଛି ଏପରି ଦୁଃଖଦ ଖବର।

ବୀରମହାରାଜପୁର ବ୍ଲକ୍‌ ବୁଦାବୁଡ଼ା ବେଦ ପଧାନ। ତାଙ୍କ ପତ୍ନୀ, ପୁଅ ଓ ଝିଅ ଅଛନ୍ତି। ୩୦ ବର୍ଷ ତଳେ ସେ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିରାନାଳି ଗାଁର ସୁମିତ୍ରା ପଧାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ସେହି ଗାଁରେ ରହିଥିଲେ। ପ୍ରଥମ ସ୍ତ୍ରୀ ଓ ପିଲା ଛୁଆଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲେ। କାମଦାମ କରି ଚଳୁଥିଲେ।

Also Read

ସମୟ ଚକରେ ବଦଳିଛି ପରିବେଶ ଓ ପରିସ୍ଥିତି। ଯୌବନ ଯାଇ ବାର୍ଦ୍ଧକ୍ୟରେ ପଦାର୍ପଣ କରିଥିଲେ ବେଦ ପଧାନ। ଏବେ ତାଙ୍କୁ ୯୦ ବର୍ଷ ହୋଇଥିଲା। ତେଣୁ କାମଦାମ କରିପାରୁନଥିଲେ। ସରକାରଙ୍କ ଭତ୍ତା ଓ ଚାଉଳରେ ଉଭୟ ପତି ପତ୍ନୀ ଚଳୁଥିଲେ। ହେଲେ ଭାଗ୍ୟର ବିଡ଼ମ୍ୱନା। ଆଜି ସକାଳେ ସୁମିତ୍ରାଙ୍କ ହାତ ଛାଡ଼ି ଚାଲିଗଲେ ବେଦ ମଉସା। ସ୍ୱାମୀଙ୍କ ମୃତ୍ୟୁ ସମ୍ପର୍କରେ ଜାଣିପାରି ପତ୍ନୀ ସୁମିତ୍ରା ପାଖ ପଡ଼ୋଶୀଙ୍କୁ ଜଣାଇଥିଲେ। ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ।

ଗାଁ ଲୋକେ ବେଦଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଓ ଝିଅଙ୍କୁ ସୂଚନା ଦେଇଥିଲେ। ହେଲେ ସେମାନେ ଆସିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ବାପା ତଳ ଜାତିରେ ଦ୍ୱିତୀୟ ବିବାହ କରିଥିବାରୁ ବାସନ୍ଦ ଭୟରେ ପୁଅ ଓ ଝିଅ ଆସିବା ପାଇଁ ମନା କରିଥିଲେ। ପୁଅ ଓ ଝିଅଙ୍କଠାରୁ ଏପରି କଥା ଶୁଣି ସାହି ଭାଇ ମଧ୍ୟ ଦୂରେଇ ଯାଇଥିଲେ। ସେମାନଙ୍କୁ ମଧ୍ୟ ବାସନ୍ଦ ଭୟ ଘାରିଥିଲା। ତେଣୁ ମୃତଦେହ ଉଠାଇବାକୁ ଯାଇନଥିଲେ।

ପୁଅ, ଝିଅ ଓ ସାହି ଭାଇ ନଆସିବାରୁ ସକାଳ ପ୍ରାୟ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘର ଆଗ ଦାଣ୍ଡରେ ସେମିତି ପଡ଼ି ରହିଥିଲା ବେଦଙ୍କ ମୃତଦେହ। ୧୨ ଘଣ୍ଟା ଧରି ମୃତଦେହ ସେମିତି ପଡ଼ି ରହିଥିଲା। ଅସହାୟ ଅବସ୍ଥାରେ ମୃତଦେହ ପାଖରେ ବସି ରହିଥିଲେ ପତ୍ନୀ ସୁମିତ୍ରା। ଗୁମୁରୀ ଗୁମୁରୀ କାନ୍ଦୁଥିଲେ। ନିଜ ଭାଗ୍ୟକୁ କେବଳ ନିନ୍ଦୁଥିଲେ। ତା’ ଛଡ଼ା ତାଙ୍କ ପାଖରେ ଆଉ କ’ଣ ବା ଅଛି? ଶେଷରେ ଗାଁ ଲୋକେ ଏ ସମ୍ପର୍କରେ ପୂର୍ବତନ ସମିତି ସଭ୍ୟ ପୀତାମ୍ବର ସାହୁଙ୍କୁ ଜଣାଇଥିଲେ। ସେ ମଧ୍ୟ ଗାଁ ଲୋକଙ୍କୁ ବହୁ ବୁଝାଇଥିଲେ। ହେଲେ ଗାଁ ଲୋକେ ରାଜି ହୋଇନଥିଲେ।

ପୂର୍ବତନ ସମିତି ସଭ୍ୟ ପୀତାମ୍ବର ସାହୁ ଏ ସମ୍ପର୍କରେ ବିନିକାର ‘ହେଲ୍‌ପ ଟୁ ଅଦର’ ନାମକ ସ୍ୱେଚ୍ଛାସେବୀ ସଂସ୍ଥାକୁ ଖବର ଦେଇଥିଲେ। ସନ୍ଧ୍ୟା ୫ଟା ବେଳେ ସ୍ୱେଚ୍ଛାସେବୀମାନେ ରୀତିନୀତି ଅନୁସାରେ ମୃତଦେହକୁ ନେଇ ସତ୍କାର କରିଛନ୍ତି। ଏବେ ସୁମିତ୍ରା ମାଉସୀ ତାଙ୍କରେ ଏକାକୀ ରହିଛନ୍ତି।

ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story