Advertisment

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା; ଦେବଦୂତ ସାଜିଲେ ରେଳବାଇ କନଷ୍ଟେବଳ

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା। ମାତ୍ର ନିଶ୍ଚିତ ମୃତ୍ୟୁମୁଖରୁ ତାଙ୍କୁ ବଞ୍ଚାଇଦେଲେ ରେଳବାଇ କନେଷ୍ଟବଳ । କନେଷ୍ଟବଳଙ୍କ ପାଇଁ ମହିଳାଜଣକ ପାଇଲେ ନୂଆ ଜୀବନ ।

Incident Image

Incident Image

Advertisment

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା। ମାତ୍ର ନିଶ୍ଚିତ ମୃତ୍ୟୁମୁଖରୁ ତାଙ୍କୁ ବଞ୍ଚାଇଦେଲେ ରେଳବାଇ କନେଷ୍ଟବଳ । କନେଷ୍ଟବଳଙ୍କ ପାଇଁ ମହିଳାଜଣକ ପାଇଲେ ନୂଆ ଜୀବନ । ଏପରି ଏକ ଅଘଟଣ ଭଦ୍ରକ ଷ୍ଟେସନ ପରିସରରେ ଘଟିଥିବା ବେଳେ ଏହାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କାର୍ଯ୍ୟରତ କନେଷ୍ଟବଳଙ୍କ ଏଭଳି ଉଦାରତା ଦେଖି ଚାରିଆଡୁ ସାବାସୀର ସୁଅ ଛୁଟିଛି।

Advertisment

ବାଲେଶ୍ୱର ଅଞ୍ଚଳର ଜୈନିକା ମହିଳାଜଣକ ବାଲେଶ୍ୱର ଯିବା ନିମନ୍ତେ ମେମୁ ଟ୍ରେନକୁ ଅପେକ୍ଷା କରିଥିଲେ। କିନ୍ତୁ ଭୁଲବଶତଃ ଯାଜପୁର ଆଡକୁ ଯାଉଥିବା ଯାଜପୁର ପାସେଞ୍ଜର ଟ୍ରେନରେ ବସିଯାଇଥିଲେ।

ଏହାପରେ ଟ୍ରେନଟି କେଉଁଆଡ଼ ଯାଉଛି ବୋଲି ଟ୍ରେନରେ ବସିଥିବା ଯାତ୍ରୀଙ୍କୁ ମହିଳା ଜଣକ ପଚାରିଥିଲେ। ଏହି ଟ୍ରେନଟି ଯାଜପୁର ଯାଉଥିବା ଶୁଣି ମହିଳା ଜଣକ ତରତର ହୋଇ ଚଳନ୍ତା ଟ୍ରେନରୁ ଡେଇଁପଡିଲେ। ଫଳରେ ସେ ପ୍ଲାଟଫର୍ମରେ ପଡ଼ି ଯାଇଥିବା ବେଳେ ସେଠାରୁ ଆଉ ଉଠି ପାରି ନ ଥିଲେ।

Advertisment

ଉକ୍ତ ସମୟରେ ଭଦ୍ରକ ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି ତୁରନ୍ତ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଦେଇଥିଲେ। ଫଳରେ ବଡ଼ ଅଘଟଣରୁ ମହିଳା ଜଣକ ବର୍ତ୍ତି ଯାଇଥିବା ବେଳେ ଏକ ନୂଆ ଜୀବନ ପାଇ ପାରିଛନ୍ତି। କନେଷ୍ଟବଳଙ୍କ ଏଭଳି ସାହସିକତା କାର୍ଯ୍ୟକୁ ଦେଖି ଷ୍ଟେସନ ପରିସରରେ ଥିବା ଯାତ୍ରୀମାନେ କିଛି ସମୟ ପାଇଁ ତାଜୁବ ହେବା ସହ ସାବାସୀ ଦେଇଥିଲେ।

ଭଦ୍ରକ ଷ୍ଟେସନ ପରିସରରେ ଏଭଳି ଅଘଟଣ ସିସିଟିଭିରେ କଏଦ ହୋଇଥିବା ବେଳେ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ଘଟଣାଟି କିଛି ଦିନ ତଳର ବୋଲି ଜଣା ପଡିଛି।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe