Advertisment

ଜଙ୍ଗଲକୁ ଯାଇଥିଲେ ବୃଦ୍ଧା, ଦଳି ମାରି ଦେଲା ହାତୀ

କାଠ ଓ ପତର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବୃଦ୍ଧାଙ୍କୁ ହାତୀ ଦଳି ମାରି ଦେଇଛି।

ଅଦ୍ୟତନ ହୋଇଛି
Elephant

Elephant

Advertisment

ପେଟ ପାଇଁ ଜଙ୍ଗଲ ଭିତରକୁ ପତର ଓ କାଠି ସଂଗ୍ରହ ପାଇଁ ଯାଇଥିଲେ ବୃଦ୍ଧା। ଏଠାରୁ ସଂଗ୍ରହ କରୁଥିବା ପତର ଓ କାଠି ବିକି ସେ ପେଟ ପାଇଁ ମୁଠେ ଦାନ ଯୋଗାଡ଼ କରିଥାନ୍ତେ। କିନ୍ତୁ କାଠ ଓ ପତର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବୃଦ୍ଧାଙ୍କୁ ହାତୀ ଦଳି ମାରି ଦେଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଟଗାଁ ଜଙ୍ଗଲରେ ଏହି ଘଟଣା ଘଟିଛି।

Advertisment

ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବୃଦ୍ଧା ଜଣଙ୍କ ହେଲେ ମୁଗ ମହାନନ୍ଦ। ତାଙ୍କ ପୁଅମାନେ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି। ମୁଗ ଏଠାରେ ଏକାକୀ ଘରେ ରୁହନ୍ତି। ଜଙ୍ଗଲ ଜିନିଷ ବିକ୍ରି କରି ଚଳନ୍ତି। ସବୁଦିନ ପରି ଶନିବାର ସକାଳୁ ମଧ୍ୟ ପତର ଓ କାଠି ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଳକୁ ଯାଇଥିଲେ।

ହେଲେ ସେ ଆଉ ଫେରି ନଥିଲେ। ଆଜି ସକାଳ ପର୍ଯ୍ୟନ୍ତ ତାଙ୍କର ଖୋଜଖବର ନ ମିଳିବାରୁ ଗାଁ ଲୋକ ବ୍ୟସ୍ତ ହୋଇ ପଡ଼ିଥିଲେ। ସେମାନେ ଜଙ୍ଗଲରେ ଖୋଜାଖୋଜା କରିବାରୁ ଆଜି ସକାଳୁ ମୁଗଙ୍କ କ୍ଷତାକ୍ତ ମୃତଦେହ ସେଠାରୁ ମିଳିଛି।

Advertisment

ତାଙ୍କୁ ହାତୀ ଦଳି ମାରିଦେଇଥିବା ପରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ଶବ ମିଳିବା ପରେ ଏହାକୁ ରାସ୍ତାରେ ରଖି ସ୍ଥାନୀୟ ଲୋକମାନେ କିଛି ସମୟ ବିକ୍ଷୋଭ କରିଥିଲେ। ସେମାନେ ସରକାରଙ୍କ ଠାରୁ କ୍ଷତିପୂରଣ ଦାବି କରିଥିଲେ। ଖୁବଶୀଘ୍ର ମୃତକଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁସାରେ ଆର୍ଥିକ ସହାୟତା ଦିଆଯିବ ବୋଲି ରେଞ୍ଜର କହିଛନ୍ତି।

ଏହାପରେ ପୁଲିସ୍‌ ଓ ବନ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସେହିପରି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇ ଦେଇଥିଲେ।

ଗତ କିଛି ଦିନ ହେବ ଆଟଗାଁ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ତେଣୁ ଉକ୍ତ ଦନ୍ତା ହାତୀଟି ମୁଗଙ୍କୁ ଦଳି ଦେଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ହାତୀଟି ନିକଟସ୍ଥ ଜଙ୍ଗଲରେ ଥିବାରୁ ତା’ର ଗତିବିଧି ଉପରେ ନଜର ରଖାଯାଇଥିବା ରେଞ୍ଜର କହିଛନ୍ତି।

ଏହାସହ ଅଟଗାଁ ଅଞ୍ଚଳରେ ଲୋକଙ୍କ ଅଯଥାରେ ବାହାରକୁ ନବାହାରିବା ପାଇଁ ମଧ୍ୟ ଜଙ୍ଗଳ ବିଭାଗ ପରାମର୍ଶ ଦେଇଛି। କିନ୍ତୁ ଜଙ୍ଗଲ ବିଭାଗ ଲୋକଙ୍କୁ ଠିକ ଭାବରେ ସଚେତନ କରୁନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। 

ରିପୋର୍ଟ: ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର 

Odisha Balangir Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe