Advertisment

ମାଆର ମମତା ଖୋଜୁଛନ୍ତି ଭାଇ ଭଉଣୀ

ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ଡାକ୍ତର ମେଡ଼ିସିନ୍‌ ଲେଖିଥିଲେ। ମଧ୍ୟାହ୍ନରେ ମମତା ଓ ତାଙ୍କ ଶ୍ୱଶୁର ମେଡ଼ିକାଲ୍‌ ବାରଣ୍ଡାରେ ବସିଥିଲେ। ଆଉ ଭାଇ ସାଗର ମେଡ଼ିସିନ୍‌ ଆଣିବା ପାଇଁ ଔଷଧ ଦୋକାନ୍‌କୁ ଯାଇଥିଲେ। ସେତେବେଳେ ମେଡ଼ିକାଲ୍‌ କ୍ୟାମ୍ପସରେ ପ୍ରବଳ ଭିଡ ଥିଲା। ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମେଡ଼ିକାଲ୍‌ରେ ଘୂରି ବୁଲୁଥିଲେ।

ଅଦ୍ୟତନ ହୋଇଛି
Konark

Konark

Advertisment

ମାନସିକ ରୋଗୀ ହୋଇ ବଡ଼ ମେଡ଼ିକାଲ୍‌ ଯାଇଥିଲେ ମାଆ। ହେଲେ ମେଡ଼ିକାଲ୍‌ର କୋଳାହଳ ଭିତରେ ହଜିଗଲେ। ୪ ଦିନ ବିତିଲାଣି। ମାଆଙ୍କ ଜବାବ ମିଳୁନି। ମାଆ ବୋଲି ଡାକିଲେ, ପ୍ରତିଧ୍ୱନୀ ମାଟି କାନ୍ଥରେ ବାଡ଼େଇ ହୋଇ କାନକୁ ଫେରିଆସୁଛି। ମାଆର ସ୍ନେହ ବୋଳା ଡାକ ନପାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ ଭଉଣୀ। ଆଉ ଚାରିଆଡ଼େ ମାଆକୁ ଖୋଜି ବୁଲୁଛନ୍ତି। ଏପରି ଖବର ଆସିଛି ପୁରୀ ଜିଲ୍ଲାରୁ।

Advertisment

କାକଟପୁର କେରେଣ୍ଡିଆପାଳ ଗାଁର ସଞ୍ଜୟ ଡାଳୁଆ ହେଉଛନ୍ତି ଜଣେ ଦିନ ମଜୁରିଆ। ଆ’ର ତା’ର କାମ ପାଇଟିଏ କରି ପରିବାର ଭରଣ ପୋଷଣ କରନ୍ତି। ପରିବାର କହିଲେ ପତ୍ନୀ ମମତା, ଦୁଇ ପୁଆଝିଅ ଓ ବୃଦ୍ଧ ବାପାମାଆ। କାମଦାମରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳିଯାଏ ତେଲ ଲୁଣର ସଂସାର। ନାନା ଅଭାବ ଭିତରେ ରହିଥିଲେ ମଧ୍ୟ ମମତା କେବେ ମନ ଦୁଃଖ କରନ୍ତି ନାହିଁ। ଅଭାବୀ ସ୍ୱାମୀଙ୍କ ଅଭାବ ଓ ଦୁଃଖକୁ ନିଜର ଭାବି ବୋହି ନେଉଥିଲେ।

ହେଲେ ଦଇବ ଦେଖିପାରିଲା ନାହିଁ କ୍ଷଣକ ଶୁଖ। ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁଥିବା ମମତାଙ୍କୁ ରୋଗ ଯନ୍ତ୍ରଣାରେ ଛନ୍ଦିଦେଲା। ମମତା ମାନସିକ ରୋଗରେ ଆକ୍ରାନ୍ତ ହେଲେ। ତାଙ୍କର ମୁଣ୍ଡ ଠିକ୍‌ ଭାବେ କାମ କଲା ନାହିଁ। ବହୁ ଡାକ୍ତରଙ୍କୁ ଦେଖାଇଲେ। ହେଲେ ରୋଗ ଭଲ ହେଲା ନାହିଁ। ଶେଷରେ ମମତାଙ୍କୁ ଧରି ତାଙ୍କ ଭାଇ ସାଗର ବେହେରା ଓ ଶ୍ୱଶୁର ଗତ ୧୯ ତାରିଖରେ କଟକ ବଡ଼ମେଡ଼ିକାଲ୍‌ ଯାଇଥିଲେ। ମେଡ଼ିକାଲ୍‌ ମାନସିକ ରୋଗ ବିଭାଗରେ ମମତାଙ୍କୁ ଦେଖାଇଥିଲେ।

Advertisment

ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ଡାକ୍ତର ମେଡ଼ିସିନ୍‌ ଲେଖିଥିଲେ। ମଧ୍ୟାହ୍ନରେ ମମତା ଓ ତାଙ୍କ ଶ୍ୱଶୁର ମେଡ଼ିକାଲ୍‌ ବାରଣ୍ଡାରେ ବସିଥିଲେ। ଆଉ ଭାଇ ସାଗର ମେଡ଼ିସିନ୍‌ ଆଣିବା ପାଇଁ ଔଷଧ ଦୋକାନ୍‌କୁ ଯାଇଥିଲେ। ସେତେବେଳେ ମେଡ଼ିକାଲ୍‌ କ୍ୟାମ୍ପସରେ ପ୍ରବଳ ଭିଡ ଥିଲା। ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମେଡ଼ିକାଲ୍‌ରେ ଘୂରି ବୁଲୁଥିଲେ। ତାହାରି ଭିତରେ କୁଆଡ଼େ ଚାଲିଗଲେ ମାନସିକ ବିକାର ଗସ୍ତ ମମତା।

ପାଖରେ ବୋହୂକୁ ନପାଇ ଶ୍ୱଶୁର ଚାରିଆଡ଼େ ଖୋଜିଥିଲେ। ପରେ ମମତାଙ୍କ ଭାଇ ମେଡ଼ିସିନ୍‌ ଧରି ଆସିଥିଲେ। ସେ ମଧ୍ୟ ବହୁ ଖୋଜାଖୋଜି କରିଥିଲେ। ଦିନ ଯାଇ ରାତି ହେଲା, ହେଲେ ମମତାଙ୍କ ଖୋଜ ଖବର କିଛି ପାଇଲେନାହିଁ। ଶେଷରେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ମମତାଙ୍କ ପତ୍ତା ମିଳୁନି।

ମମତା ନିଖୋଜ ପରଠାରୁ ସଞ୍ଜୟ ଓ ତାଙ୍କ ପିଲାଙ୍କ ଆଖିରୁ ଲୁହ ଶୁଖୁନି। ମାନସିକ ବିକାର ଗସ୍ତ ହେଲେ କ’ଣ ହେଲା, ସିଏ ମାଆ। ସ୍କୁଲରୁ ଆସି ଡାକିଲେ, ମାଆ ଶୁଣୁଥିଲେ। ଆଉ ମୁଣ୍ଡରେ ହାତ ମାରି ଖାଇଲୁଣିନା ପଚାରୁଥିଲେ। କେତେ କ’ଣ ପଚାରୁଥିଲେ। ହେଲେ ଗତ ୪ ଦିନ ହେଲା ମାଆ ବୋଲି ଡାକିଲେ ଉତ୍ତର ଆସୁନାହିଁ। ଚାରି କାନ୍ଥରେ ମାଡ଼େଇ ଫେରିଆସୁଛି। ଏବେ ଅସହାୟ ଅବସ୍ଥାରେ ମାଆଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ଭାଇ, ଭଉଣୀ। ଆଉ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe