Advertisment

ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ପଳାଇଗଲେ ମହିଳା!

ସ୍ୱାମୀଙ୍କ ଅନୁପସ୍ଥିତିରେ ରୀନା ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ କଥାବାର୍ତ୍ତା ପରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ରୀନା। କଥାବାର୍ତ୍ତାରେ ଅସୁବିଧା ହେଉଥିବାରୁ ରୀନାଙ୍କୁ ତାଙ୍କ ପ୍ରେମିକ ପ୍ରବର ଗୋଟିଏ ମୋବାଇଲ କିଣି ଦେଇଥିବା ଅଭିଯୋଗ ହୋଇଛି।

undefined

Love

Advertisment

ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ପଳାଇଗଲେ ମହିଳା! ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଘଟିଛି। ପତ୍ନୀଙ୍କୁ ଖୋଜି ଖୋଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ।

Advertisment

ଲୋଇସିଂହା ଥାନା ବଡ଼ଟିକା ଗାଁର ମହାରଘୁ ରଣା ୧୨ ବର୍ଷ ତଳେ ରୀନା(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତି ବିବାହ ହୋଇଥିଲା। ବିବାହ ପରେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିଥିଲା। ଉଭୟଙ୍କର ଔରଷରୁ ୯ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି। ମହାରଘୁ ଶ୍ରମିକ ଭାବରେ କାମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର।

ସ୍ୱାମୀଙ୍କ ଅନୁପସ୍ଥିତିରେ ରୀନା ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ କଥାବାର୍ତ୍ତା ପରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ରୀନା। କଥାବାର୍ତ୍ତାରେ ଅସୁବିଧା ହେଉଥିବାରୁ ରୀନାଙ୍କୁ ତାଙ୍କ ପ୍ରେମିକ ପ୍ରବର ଗୋଟିଏ ମୋବାଇଲ କିଣି ଦେଇଥିବା ଅଭିଯୋଗ ହୋଇଛି। ସେଥିରେ ଉଭୟ କଥାବାର୍ତ୍ତା ହେଉଥିଲେ। ସ୍ୱାମୀ ଅଗୋଚରରେ ଉଭୟ ଟୁପୁରୁ ଟାପୁର ହେଉଥିଲେ। ସେପଟେ ମହାରଘୁ ଏ ସମ୍ପର୍କରେ କୌଣସି ଟେର ପାଉନଥିଲେ।

Advertisment

ନୂଆଁଖାଇରେ ଘର ଉତ୍ସବ ମୁଖର ହୋଇଥିଲା। ଅଭାବୀ ଭିତରେ ନିଜ ସକ୍ଷମ ଅନୁସାରେ ମହାରଘୁ ନିଜ ପିଲାଙ୍କ ପାଇଁ ବ୍ୟବସ୍ଥା କରିଥିଲେ। ରୀନା ନୂଆଁଖାଇ ପର୍ବରେ ସାମିଲ୍‌ ହେବା ପରିବର୍ତ୍ତେ ଲୁଚି ଲୁଚି ନିଜ ପ୍ରେମିକଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ। ଏହା ଦେଖି ମହାରଘୁ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ରୀନାଙ୍କୁ ତାଗିଦ କରିଥିଲେ।

ଗୁରୁବାର ସନ୍ଧ୍ୟାରେ ଚାଷ ଜମିକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ ରୀନା। ସନ୍ଧ୍ୟା ଯାଇ ରାତି ହେଲା। ହେଲେ ରୀନା ଘରକୁ ଫେରିଲେ ନାହିଁ। ବହୁ ଖୋଜା ଖୋଜି ପରେ ସ୍ତ୍ରୀକୁ ନପାଇ ଆଜି ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହାରଘୁ। ପ୍ରେମିକ ସହ ସ୍ତ୍ରୀ ଫେରାର ମାରିଥିବା ସନ୍ଦେହ କରୁଛନ୍ତି ମହାରଘୁ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Love Birds Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe