Advertisment

ଆଧାର ଅପ୍‌ଡେଟ୍‌ କରିପାରୁନାହାନ୍ତି; ଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ମହିଳା

ଆଜି ସାପକଣ୍ଟା ଗାଁର ମହିଳାମାନେ ନିଜ ପିଲା ଛୁଆଙ୍କୁ ଧରି ୬୦ କିମି ଦୂର ଜିଲ୍ଲା ସଦର ମହକୁମାକୁ ଯାଇଥିଲେ। ସାଙ୍ଗରେ ଚାଉଳ ନେଇ ଯାଇଥିଲେ। ଯଦି ଫେରିବାରେ ବିଳମ୍ୱ ହେବ, ତାହାହେଲେ ନେଇଥିବା ଚାଉଳରେ ରାନ୍ଧି ଖାଇବେ।

Link

Link

Advertisment

ଆଧାର ଅପ୍‌ଡେଟ୍‌ କରିପାରୁ ନାହାନ୍ତି। ବାରମ୍ୱାର ଜନସେବା କେନ୍ଦ୍ରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ପରେ କିଛି ଉପାୟ ନପାଇ ଆଜି ମହିଳାମାନେ ପିଲା ଛୁଆଙ୍କୁ ଧରି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ମହିଳାଙ୍କ ଗୁହାରୀ ଶୁଣିଥିଲେ। ମହିଳାଙ୍କ ସମସ୍ୟା ସମାଧାନ ପାଇଁ ବାଂଶପାଳ ବିଡିଓଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Advertisment

ବାଂଶପାଳ ବ୍ଲକ୍‌ଠାରୁ ୪ରୁ ୫ କିମି ଗଲେ ପଡ଼ିବ ସାପକଣ୍ଟା ଗାଁ। ହେଲେ ଦୁଃଖର ବିଷୟ ଏହି ବ୍ଲକ ସଦର ମହକୁମାରେ ଥିବା ପୋଷ୍ଟ ଅଫିସ୍‌ରେ ନାହିଁ ଆଧାର ଅପ୍‌ଡେଟ୍‌ ବ୍ୟବସ୍ଥା। ତେଣୁ ଗାଁର ଗରିବ ଲୋକମାନେ କିଛି ଉପାୟ ନପାଇ ଜନସେବା କେନ୍ଦ୍ରକୁ ଯାଉଛନ୍ତି। ହେଲେ ସେଠାରେ ମଧ୍ୟ ଆଧାର ଅପ୍‌ଡେଟ୍‌ ହୋଇପାରୁନି। ଲୋକମାନେ ବାରମ୍ୱାର ଜନସେବା କେନ୍ଦ୍ରକୁ ଯାଇ ଅଜଥାରେ ଖର୍ଚ୍ଚାନ୍ତ ହେଉଛନ୍ତି, ହେଲେ ଆଧାର ଅପ୍‌ଡେଟ୍‌ ପରିପାରୁନାହାନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଛାତ୍ରଛାତ୍ରୀମାନେ। ସେମାନେ ସ୍କୁଲ ଯାଇପାରୁ ନାହାନ୍ତି। ପାଠ ପଢ଼ାରେ ବ୍ୟାଘାତ ଘଟୁଛି। ସେପଟେ ରାସନ୍‌କରର୍ଡରୁ ନାଁ କଟିଲେ ଚାଉଳ ନମିଳିବା ଭୟ ଘାରିଛି।

ଆଜି ସାପକଣ୍ଟା ଗାଁର ମହିଳାମାନେ ନିଜ ପିଲା ଛୁଆଙ୍କୁ ଧରି ୬୦ କିମି ଦୂର ଜିଲ୍ଲା ସଦର ମହକୁମାକୁ ଯାଇଥିଲେ। ସାଙ୍ଗରେ ଚାଉଳ ନେଇ ଯାଇଥିଲେ। ଯଦି ଫେରିବାରେ ବିଳମ୍ୱ ହେବ, ତାହାହେଲେ ନେଇଥିବା ଚାଉଳରେ ରାନ୍ଧି ଖାଇବେ। ସିଏ ଯାହା ହେଉନା କାହିଁକି ଆଧାର ଅପ୍‌ଡେଟ୍‌ ପାଇଁ ଜିଲ୍ଲା ମୁଖ୍ୟ ଡାକଘର ଖୋଲିବା ପୂର୍ବରୁ ସମସ୍ତେ ପହଞ୍ଚି ଯାଇଥିଲେ। ଆଉ ଧାଡ଼ିରେ ଛିଡ଼ା ହୋଇଥିଲେ। ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ଟୋକନ୍‌ ପାଇଥିଲେ। ହେଲେ ସେହି ଟୋକନ୍‌ ଆଜି ପାଇଁ ନୁହେଁ, ଆସନ୍ତା ୫ ତାରିଖକୁ। ଅର୍ଥାତ ଆଜି ପରି ଆସନ୍ତା ୫ ତାରିଖରେ ଆଧାର ଅପ୍‌ଡେଟ୍‌ ପାଇଁ ମୁଖ୍ୟ ଡାକ ଘରକୁ ଆସିବାକୁ ପଡ଼ିବ।

Advertisment

ଦୁର୍ଗମ ଗାଁର ଗରିବ ମହିଳାମାନେ ଏକଥା ଶୁଣିବା ପରେ ହାଲତ୍‌ ଶୁଖି ଯାଇଥିଲା। ଆଜି ଆଧାର ଅପ୍‌ଡେଟ୍‌ କରିବା ପାଇଁ କୁକୁତି ମିନତି କରିଥିଲେ। ହେଲେ ଡାକ ଘର ଅଫିସରମାନେ ନିୟମରେ ବନ୍ଧା ଥିଲେ। ସେମାନେ ବା କରିବେ କଣ? ତେଣୁ ସେମାନେ ଗାଁର ମହିଳାଙ୍କ କଥା କିଛି ଶୁଣିନଥିଲେ। କିଛି ଉପାୟ ନପାଇ ମହିଳାମାନେ ପିଲା ଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ହେଲେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ଉପଜିଲ୍ଲାପାଳ ମହିଳାଙ୍କ ଗୁହାରୀ ଶୁଣିଥିଲେ।

ଗାଁ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳ ବାଂଶପାଳ ବିଡିଓଙ୍କ ସହିତ କଥା ହୋଇଥିଲେ। ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଆଧାର ଅପ୍‌ଡେଟ୍‌ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏହା ପରେ ଗାଁକୁ ଫେରିଯିବା ପାଇଁ ଉପଜିଲ୍ଲାପାଳ ମହିଳାମାନଙ୍କୁ ଅନୁରୋଧ କରିଥିଲେ। ଆଧାର ଅପ୍‌ଡେଟ୍‌ ହୋଇଯିବ ଭାବି ମହିଳାମାନେ ଘରକୁ ଫେରିଥିବା ଜଣାପଡ଼ିଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe