Advertisment

ରାଜ୍ୟପାଳଙ୍କୁ ରାସ୍ତାରେ ଅଟକାଇ ନିଜ ଘର ଦେଖାଇଲେ ମହିଳା

ଜଜାଙ୍ଗ ଗାଁରୁ ରାଜ୍ୟପାଳ ପଟ୍ଟାମୁଣ୍ଡାଇ ଯାଇଥିଲେ। ସେଠାରେ କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତା’ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହୋଇଥିଲେ। ସରକାରୀ ଯୋଜନା ସମ୍ପର୍କରେ ମହିଳାଙ୍କୁ ପଚାରିଥିଲେ।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ କେତେ କାହାକୁ ନେହୁରା ହେଲେ। ହେଲେ କେହି ଶୁଣିଲେନି। ସବୁଆଡୁ ନିରାଶ ହୋଇ ନିଜର ଭଙ୍ଗାଦଦରା ଝାଟି ମାଟି ଘରେ ପାଳାତିପାତ କରୁଥିଲେ। ଆଜି ଗାଁକୁ ରାଜ୍ୟପାଳ ରଘୁବର ଦାସ ଆସୁଥିବା ବେଳେ ଗାଡ଼ି ଆଗରେ ଛିଡ଼ା ହୋଇ ଅଟକିବା ପାଇଁ ହାତ ଯୋଡ଼ି ଗୁହାରି କରିଥିଲେ। ଆଉ ନିଜ ଘର ଦେଖାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ସସ୍ମିତା ତ୍ରିପାଠୀ।

Advertisment

ରାଜ୍ୟପାଳ ରଘୁବର ଦାସ ଆଜି ଜଜାଙ୍ଗ ଗାଁରେ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଗାଁର ସସ୍ମିତା ତ୍ରିପାଠୀ ବିଚ୍‌ ରାସ୍ତାରେ ରାଜ୍ୟପାଳଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଭେଟିବାକୁ ଦେଉନଥିଲେ। ନିଜର ମହାନତା ଦେଖାଇ ଗାଡ଼ି ଅଟକାଇବାକୁ ଡ୍ରାଇଭରଙ୍କୁ ରାଜ୍ୟପାଳ କହିଥିଲେ। ଏହା ପରେ ଡ୍ରାଇଭର କାର୍‌ ଅଟକାଇ ଥିଲେ। ମହାମହୀମ ରାଜ୍ୟପାଳ ରଘୁବର ଦାସ କାର୍‌ରୁ ଓହ୍ଲାଇ ସସ୍ମିତା ତ୍ରିପାଠୀଙ୍କ କଥା ଶୁଣିଥିଲେ। ଆଉ ହାତ ଯୋଡ଼ି ଗୋଟି ଗୋଟି କଥା କହିଥିଲେ ସସ୍ମିତା ତ୍ରିପାଠୀ। ଥରେ ମୋ ଘର ଦେଖି ଯାଆନ୍ତୁ... ବୋଲି ରାଜ୍ୟାପାଳଙ୍କୁ ଗୁହାରୀ କରିଥିଲେ। ଲୋକଙ୍କ ଗହଳି ଭିତରେ ରାଜ୍ୟପାଳ ଚାଲି ଚାଲି ସସ୍ମିତା ତ୍ରିପାଠୀଙ୍କ ଘର ପାଖକୁ ଯାଇଥିଲେ। ଆଉ ଦେଖିଥିଲେ ଘରର ବିକଳ ଚିତ୍ର। ଯେଉଁ ଘରେ ସସ୍ମିତା ତ୍ରିପାଠୀ ଓ ତାଙ୍କ ପରିବାର ରହୁଛନ୍ତି।

ସସ୍ମିତା ତ୍ରିପାଠୀଙ୍କ ପରିବାର ରହୁଥିବା ଘରଟି ମାଟି କାନ୍ଥରେ ତିଆରି। ଯାହାର କାନ୍ଥ ଫାଟି ଆଁ କରିଛି। ଘର ଭିତରେ ଦିନରେ ସୂର୍ଯ୍ୟ, ରାତିରେ ଚନ୍ଦ୍ର ଦେଖାଯାଉଛନ୍ତି। ଭଙ୍ଗା ଦଦରା ଛାତରେ ପଡ଼ିଛି ଗୋଟିଏ ଖଣ୍ଡିଆ ପଲଥିନ୍‌। ସେଥିରେ ପୂରା ପରିବାର ରହୁଛନ୍ତି। ସସ୍ମିତା ତ୍ରିପାଠୀଙ୍କ ଘର ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟପାଳ। ଆଉ ଘର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଡାକି ପଚାରିଥିଲେ। ଯଥା ଶୀଘ୍ର ସସ୍ମିତା ତ୍ରିପାଠୀଙ୍କୁ ଘର ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟପାଳ କହିଥିଲେ। ପରେ ରାଜ୍ୟପାଳ ଗାଁର ଆଉ କିଛି ମହିଳାଙ୍କ ସହିତ କଥା ହୋଇଥିଲେ। ସେମାନଙ୍କ ସୁଖ ଓ ଦୁଃଖ ଶୁଣିଥିଲେ।

Advertisment

ଜଜାଙ୍ଗ ଗାଁରେ ସସ୍ମିତା ତ୍ରିପାଠୀଙ୍କୁ ଭେଟିବା ପୂର୍ବରୁ ରାଜ୍ୟପାଳ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପରେ ବେଢା ପରିକ୍ରମା କରିଥିଲେ। ତା’ପରେ ରାଜ୍ୟପାଳ ଜଜାଙ୍ଗ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଥିଲେ। ଅପପୁଷ୍ଟି ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଛୋଟଛୋଟ ପିଲାଙ୍କ ପାଇଁ କ’ଣ ହୋଇଛି ବୋଲି ପଚାରି ବୁଝିଥିଲେ। ତା’ପରେ ଗୋଲ୍‌ଡେନ୍‌ ଗ୍ରାସ୍‌ (କାଇଁଚ)ରେ ପ୍ରସ୍ତୁତ ବିଭିନ୍ନ ଘର ତିଆରି ଉପକରଣ ଓ ସାଜ ସଜା ସମଗ୍ରୀ ଦେଖି ଦେଖିଥିଲେ।

ଜଜାଙ୍ଗ ଗାଁରୁ ରାଜ୍ୟପାଳ ପଟ୍ଟାମୁଣ୍ଡାଇ ଯାଇଥିଲେ। ସେଠାରେ କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତା’ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହୋଇଥିଲେ। ସରକାରୀ ଯୋଜନା ସମ୍ପର୍କରେ ମହିଳାଙ୍କୁ ପଚାରିଥିଲେ। ପରେ ରାଜ୍ୟପାଳ କେନ୍ଦ୍ରାପଡ଼ା ଫେରିଥିଲେ। ସନ୍ଧ୍ୟା ବେଳେ ଦୁହୁରିରେ ଥିବା ଲେପ୍ରୋସି କଲୋନୀକୁ ଯାଇଥିଲେ। ସେହି ସାହିରେ ରହୁଥିବା ୨୦ ଜଣ କୁଣ୍ଠ ବାଧିତ ଲୋକଙ୍କୁ ଭେଟିଥିଲେ। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଯୋଜନା ପାଉଛନ୍ତି କି ନାହିଁ ପଚାରି ବୁଝିଲେ। ହେଲେ କୁଣ୍ଠବାଧିତ ଲୋକମାନେ କୌଣସି ସହାୟତା ପାଉନଥିବା କହିଥିଲେ।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Government Of Odisha Governor Of Odisha Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe