Advertisment

ଥାନା ଆଗରେ ନିଜକୁ ଜାଳି ଥିବା ମହିଳା ଆଖି ବୁଜିଲେ

ଆତ୍ମାହୁତି ଉଦ୍ୟମ ପରେ ଗୁରୁତର ହୋଇଥିବା ମହିଳା କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧନ ଥିଲେ।

Rashmita

Rashmita

Advertisment

ସାଲେପୁରର ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଆତ୍ମାହୁତି ଉଦ୍ୟମ ପରେ ଗୁରୁତର ହୋଇଥିବା ମହିଳା କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧନ ଥିଲେ। କିନ୍ତୁ ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣଙ୍କ ହେଉଛି ରଶ୍ମିତା ଦାସ।

Advertisment

ଗୁରୁବାର ରାତିରେ ଖର୍ତ୍ତାଙ୍ଗ ଗାଁର ରଶ୍ମିତାଙ୍କ ସ୍ୱାମୀ ଶଙ୍କର ଦାସଙ୍କୁ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୁଲସ ଗିରଫ କରିଥିଲା। ଶୁକ୍ରବାର ସକାଳେ ରଶ୍ମିତା ଥାନାରେ ପହଞ୍ଚିଥିଲେ। ସ୍ୱାମୀ ଶଙ୍କର ନିର୍ଦ୍ଦୋଷ, ତାଙ୍କୁ ଛଡ଼ନ୍ତୁ ବୋଲି ପୁଲିସ୍‌ ବାବୁଙ୍କୁ କାକୁତି ମୀନତି ହୋଇଥିଲେ। ହେଲେ ପୁଲିସ କିଛି ବି ଶୁଣି ନଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ ରଶ୍ମିତା। ଯାହାଫଳରେ ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମାହାଙ୍ଗା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ଠାରୁ ତାଙ୍କର ଏସସିବିରେ ଚିକିତ୍ସା ଚାଲିଥିଲେ ହେଁ ଆଜି ସେ ପ୍ରାଣ ହରାଇଛନ୍ତି। ରଶ୍ମିତାଙ୍କ ଦୁଇ ଗୋଡ଼କୁ ଛାଡ଼ିଦେଲେ ପୂରା ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା।

Odisha Salepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe