Advertisment

ରାସ୍ତାରେ ଯାଆଁଳା ଶିଶୁପତ୍ର ଜନ୍ମ ଦେଲେ ମହିଳା

ମଙ୍ଗଳବାର ସନ୍ଧ୍ୟା ବେଳେ ଟିଟିଲାଗଡ଼ ଉପଖଣ୍ଡ କୁମୁଡା ଗାଁର ବିନ୍ଦିଆ ଶବରଙ୍କ ପ୍ରସବ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ଆଶାକର୍ମୀଙ୍କୁ ଖବର ଦେଇଥିଲେ।

Titilagarh

Titilagarh

Advertisment

ରାସ୍ତାରେ ଯାଆଁଳା ଶିଶୁପତ୍ର ଜନ୍ମ ଦେଲେ ମହିଳା। ପରେ ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମାଆ ଓ ଶିଶୁପୁତ୍ର ଦ୍ୱୟ ସୁସ୍ଥ ଅଛନ୍ତି। ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ।

Advertisment

ମଙ୍ଗଳବାର ସନ୍ଧ୍ୟା ବେଳେ ଟିଟିଲାଗଡ଼ ଉପଖଣ୍ଡ କୁମୁଡା ଗାଁର ବିନ୍ଦିଆ ଶବରଙ୍କ ପ୍ରସବ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ଆଶାକର୍ମୀଙ୍କୁ ଖବର ଦେଇଥିଲେ। ମାତ୍ର ସେ ସେ ଆସିନଥିବା ଅଭିଯୋଗ ହୋଇଛି। ତେଣୁ ବିନ୍ଦିଆଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ସମ୍ଭବ ହୋଇନଥିଲା। ସେପଟେ ବିନ୍ଦିଆଙ୍କ ପ୍ରସବ ଯନ୍ତ୍ରଣା ବଢ଼ୁଥିବା ଦେଖି ପରିବାର ଲୋକେ ବିଚଳିତ ହୋଇ ପଡ଼ିଥିଲେ। କାଳ ବିଳମ୍ୱ ନକରି ଏକ ଅଟୋରେ ତାଙ୍କୁ ମେଡ଼ିକାଲ୍‌ ନେଉଥିଲେ।

ହେଲେ ରାସ୍ତାରେ ବିନ୍ଦିଆଙ୍କ ପ୍ରସବ ବେଦନା ଆହୁରି ବଢ଼ିଥିଲା। ସ୍ଥିତି ଅସମ୍ଭାଳ ହେବାରୁ ଚାଳକଙ୍କୁ ଅଟୋ ଛିଡ଼ା କରିବାକୁ ପଡ଼ିଲା। ଏହା ପରେ ରାସ୍ତା ପାର୍ଶ୍ୱରେ ମହିଳା ଜଣ ପ୍ରସବ କରିଥିଲେ। ସେ ଯାଆଁଳା ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ଦୁଇ ଶିଶୁପୁତ୍ର ଓ ମାଆଙ୍କୁ ଟିଟିଲାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe