Advertisment

ମହିଳାଙ୍କ ପ୍ରଶ୍ନ- ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ, ଆମେ କ’ଣ ସରକାରଙ୍କର କିଛି ନୁହଁ

‘ଆମ ଗାଁକୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। ବଡ଼ ହଇରାଣରେ ଆମେ ରହୁଛୁ। ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ? ଆମ କ’ଣ ସରକାରଙ୍କର କିଛି ନୋହୁଁ। ଆମେ କ’ଣ ସରକାରଙ୍କଠାରୁ କିଛି ପାଇବାକୁ ଯୋଗ୍ୟ ନୋହୁଁ।’

ଅଦ୍ୟତନ ହୋଇଛି
Woman

Woman

Advertisment

ବୌଦ୍ଧ ଜିଲ୍ଲା ଡିଗିସିରା ଗାଁରେ ରହନ୍ତି ରବୀନ୍ଦ୍ର ଜାନି ଓ ତାଙ୍କ ପତ୍ନୀ ରଞ୍ଜିତା ଜାନି। ଗର୍ଭବତୀ ରଞ୍ଜିତାଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଲେ। ଆମ୍ବୁଲାନ୍ସ ଆସି ଗାଁଠାରୁ ଅଧ କିଲୋମିଟର ଦୂରରେ ଅଟକିଲା। କାରଣ ଗାଁ ମୁଣ୍ଡରେ ଥିବା ‘ଲକ୍ଷ୍ମୀ ନାଳ’ ସାଜିଲା ବାଧକ। ଆମ୍ବୁଲାନ୍ସକୁ ସେଠାରେ ରଖି ଏହାର କର୍ମଚାରୀମାନେ ନାଳ ପାର ହୋଇ ଡିଗିସିରା ଗାଁକୁ ଯାଇଥିଲେ। ରଞ୍ଜିତା ଜାନିଙ୍କ ପରିବାର ଓ ଗ୍ରାମବାସୀଙ୍କ ସହଯୋଗରେ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ରଞ୍ଜିତାଙ୍କୁ ସେମାନେ ଅଧ କିଲୋମିଟର ଖଟରେ ବୋହିଥିଲେ ଓ ପାଣିରେ ପଶି ନାଳ ପାର କରାଇଥିଲେ। ପରେ ସେମାନେ ଆମ୍ବୁଲାନ୍ସରେ ତାଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ଭଲ ରାସ୍ତା ନଥିବାରୁ ତଥା ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀ ନାଳ ଉପରେ ପୋଲଟିଏ ନଥିବାରୁ ଡିଗିସିରାବାସୀ ଭାରି ହଇରାଣ ହେଉଛନ୍ତି। କାହା ଦେହ ଅସୁସ୍ଥ ହେଲେ ତାଙ୍କୁ ଡାକ୍ତରଖାନା ନେବାରେ ସମସ୍ୟା ହୁଏ। ବର୍ଷା ଦିନେ ଲୋକେ ଆହୁରି ଅଧିକ ହଇରାଣ ହୁଅନ୍ତି। କାରଣ ନାଳ ଉପରେ ପାଣି ପ୍ରବାହିତ ହୁଏ। ନାଳ ପାର ହେବା ଲୋକଙ୍କ ପକ୍ଷରେ କଷ୍ଟକର ହୋଇପଡ଼େ। ଗାଁର ଏହି ସମସ୍ୟା ନେଇ ସେମାନେ ବାରମ୍ବାର ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳିନି। ତେଣୁ ଲୋକେ ନିରାଶ ହୋଇଛନ୍ତି ଓ ସରକାରଙ୍କ ଉପରେ ବର୍ଷିଛନ୍ତି।

ଗାଁର ପ୍ରମିଳା ବେହେରା ନାମ୍ନୀ ଜଣେ ମହିଳା କହିଛନ୍ତି, ଆମ୍ବୁଲାନ୍ସ ଆସି ନାଳ ସେପଟେ ରହିଲା। ରଞ୍ଜିତା ଜାନିଙ୍କୁ ଆମେ ଖଟରେ ଅଧ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ନେଲୁ। ତା’ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଯାଇଥିଲା। ଆମ ଗାଁକୁ ରାସ୍ତା ନାହିଁ। ନାଳ ଉପରେ ପୋଲଟିଏ ନାହିଁ। ବର୍ଷା ଦିନରେ କାହାର ଦେହ ଅସୁସ୍ଥ ହୋଇଗଲେ ନାଳ ପାର ହୋଇ ତାକୁ ଡାକ୍ତରଖାନା ନେବା କଷ୍ଟକର ହୋଇପଡ଼େ। ଆମ ଗାଁକୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। ବଡ଼ ହଇରାଣରେ ଆମେ ରହୁଛୁ। ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ? ଆମେ କ’ଣ ସରକାରଙ୍କର କିଛି ନୋହୁଁ। ଆମେ କ’ଣ ସରକାରଙ୍କଠାରୁ କିଛି ପାଇବାକୁ ଯୋଗ୍ୟ ନୋହୁଁ। ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିସାରିଲୁଣି, କିନ୍ତୁ କେହି ଆମ କଥା ଶୁଣୁ ନାହାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe