Advertisment

ଓଡ଼ିଶାରେ ମୋଟ୍ ଭୋଟର ୩.୨୬କୋଟି, ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି

ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ମଧ୍ୟ ରାଜ୍ୟରେ ବୁଥ ସଂଖ୍ୟାକୁ ୩୭୬୦୬ରୁ ୩୭୮୦୯କୁ ବୃଦ୍ଧି କରିଛନ୍ତି ।

Voter

Voter

Advertisment

ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢ଼ିଛି । ମହିଳା ଭୋଟରଙ୍କ ଅନୁପାତ ବଢ଼ିଛି । ମୋଟ୍ ଭୋଟର ସଂଖ୍ୟା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରେ ପହଂଚିଛି । ଯାହାକି ୦.୯୪ ପ୍ରତିଶତ ଅଧିକ । ଆଜି ଚିଠା ଭୋଟର ତାଲିକା ଜାରି କରି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଜାରି ଚିଠା ଭୋଟର ତାଲିକା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ରାଜ୍ୟରେ ମୋଟ ୩ଲକ୍ଷ ୩ହଜାର ୯୪ଜଣ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତାଲିକାରେ ୬ଲକ୍ଷ ୨୨ହଜାର ୪୨୯ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି ଓ ୩ଲକ୍ଷ ୧୯ହଜାର ୩୪୫ଜଣ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏକାଧିକ ସ୍ଥାନରେ ଭୋଟର କାର୍ଡ ଓ ଠିକଣା ପରିବର୍ତ୍ତନ ଓ ମୃତ୍ୟୁ ଯୋଗୁ ଏହି ବ୍ୟକ୍ତିମାନେ ତାଲିକାରୁ ବାଦ୍ ପଡ଼ିଛନ୍ତି । ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩କୋଟି ୨୩ଲକ୍ଷ ୫୨ହଜାର ୧୧୯ ଥିବାବେଳେ ୦.୯୪% ବୃଦ୍ଧି ପାଇ ଏହା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରେ ପହଂଚିଛି।

କେବଳ ସେତିକି ନୁହେଁ ରାଜ୍ୟରେ ମହିଳା ଭୋଟରଙ୍କ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ଅନୁପାତରେ ୯୬୧ଜଣ ମହିଳା ଭୋଟର ଥିଲେ । ଏବେ ତାହା ବୃଦ୍ଧି ପାଇ ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ୯୬୩ଜଣ ମହିଳା ଭୋଟର ଅଛନ୍ତି।

Advertisment

ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ମଧ୍ୟ ରାଜ୍ୟରେ ବୁଥ ସଂଖ୍ୟାକୁ ୩୭୬୦୬ରୁ ୩୭୮୦୯କୁ ବୃଦ୍ଧି କରିଛନ୍ତି।

ଶ୍ରୀ ଧଳ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଆଜିଠୁ ଭୋଟର କାର୍ଡ ସଂଶୋଧନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭୋଟରମାନେ ସଂଶୋଧନ କିମ୍ବା ପଞ୍ଜିକରଣ ପାଇଁ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ । ଆବଶ୍ୟକ ପଡ଼ିଲେ ଟୋଲ୍ ଫ୍ରି ନମ୍ବର ୧୯୫୦କୁ କଲ୍ କରି ମଧ୍ୟ ସହାୟତା ନେଇପାରିବେ ।

ସେହିପରି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଯୁବ ଭୋଟରଙ୍କୁ ପଞ୍ଜିକରଣ କରାଇବା ନିମନ୍ତେ ନଭେମ୍ବର ମାସରେ ୫,୧୧,୧୯ ଓ ୨୫ତାରିଖରେ ରାଜ୍ୟର ସମସ୍ତ ବୁଥରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବିଶେଷକରି ୧୮-୧୯ ବର୍ଷ ବୟସର ନୂଆ ଭୋଟରଙ୍କୁ ପଞ୍ଜିକରଣ ଉପରେ ଗୁରୁତ୍ୱ ଦିଆଯାଉଛି ।

ଆସନ୍ତା ଡିସେମ୍ବର ୨୬ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ତା’ର ସମାଧାନ କରାଯିବ । ଜାନୁୟାରୀ ୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି ।

Odisha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe