ୱାର୍ଲଡ ରେକର୍ଡ କଲା ୧୦୦ ଫୁଟର ପିଆଜ ଓ ବାଲିରେ ତିଆରି ବିଶାଳ ସାଣ୍ଟା କ୍ଲଜ୍। ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ବିଶ୍ୱର ସବୁଠୁ ବଡ଼ ପିଆଜ ସାଣ୍ଟା। ଯାହାକି ୱାର୍ଲଡ ରେକର୍ଡସ ବୁକ୍ ଅଫ୍ ଇଣ୍ଡିଆରେ ସାମିଲ ହୋଇଛି। ବାଲି ସହ ଏଥିରେ ୨ ଟନ୍ର ପିଆଜ ବ୍ୟବହାର କରାଯାଇଛି।
ଏହି ବିଶାଳ ସାଣ୍ଟା କ୍ଳଜର ଲମ୍ବ ୧୦୦ ଫୁଟ୍, ଉଚ୍ଚତା ୨୦ ଫୁଟ୍ ଏବଂ ଓସାର ୪୦ ଫୁଟ୍। ଏହି ବିଶାଳ ସାଣ୍ଟାକ୍ଲଜକୁ ତିଆରି କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକା କଳା ଅନୁଷ୍ଠାନର ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ପ୍ରାୟ ୮ ଘଣ୍ଟାର ସମୟ। ଏହି ବାଲୁକା କଳା ମାଧ୍ୟମରେ ବୃକ୍ଷରୋପଣ ସଂପର୍କିତ ସଚେତନତା ବାର୍ତ୍ତା ଦିଆଯାଇଛି।
Also Read
ସେପଟେ ପୁରୀ ସ୍ୟାଣ୍ଡ୍ ଆର୍ଟ ପାର୍କରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲିରେ ତିଆରି କରିଛନ୍ତି ସାଣ୍ଟାକ୍ଲଜ୍। ସେଥିରେ ସାଣ୍ଟା ସହ ଖ୍ରୀଷ୍ଟମାସ ଟ୍ରିକୁ ବେଶ୍ ସୁନ୍ଦର ଭାବେ ତିଆରି କରିଛନ୍ତି ମାନସ। ସେ ଏହି କଳାକୃତି ଜରିଆରେ ଗଛର ସୁରକ୍ଷା ବାର୍ତ୍ତା ଦେଇଛନ୍ତି ସମାଜକୁ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
କିଟ୍ ବିବାଦ: ଗୃହରେ ଉଦବେଗ, ଉଚ୍ଚଶିକ୍ଷା ମନ୍ତ୍ରୀ ନିରବ: ଅଚ୍ୟୁତଙ୍କ ନାଁରେ ଜମି ହଡ଼ପ ମାମଲା ରୁଜୁ
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ଜମି ହଡ଼ପ ମାମଲା ରୁଜୁ ହୋଇଛି । ଆଉ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କୋହଳ ଆଭିମୁଖ୍ୟ ଯୋଗୁ ମୁଖ୍ୟ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବ ଜାମିନ ପାଇବାର ସମ୍ଭାବନା ଥିବା ଜଣାପଡ଼ିଛି ।

Miscellaneous
ଏଆଇ ଆପ୍ ଲଢ଼େଇ: ଅଜବ ଉତ୍ତର ଦେଇ ବିବାଦରେ Grok!
ମାତ୍ର ମାସେ ତଳେ ଆସିଥିବା ଏଲନ ମସ୍କଙ୍କ ଏଆଇ-ଗ୍ରକ୍-3 ତାଙ୍କ କମ୍ପାନୀ X ବା ଟ୍ୱିଟରରେ ଚାଲିଥିବା କଥାବାର୍ତ୍ତା ଓ ଆଲୋଚନାରୁ ବି ତଥ୍ୟ ନେଇ ଅନେକ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛି।

Miscellaneous
ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ
ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ରାଜ୍ୟରେ ମୋଟ ୨୦ଟି ଏଆରଟି କେନ୍ଦ୍ର, ୧୭ଟି ଲିଙ୍କ୍ ଏଆରଟି ଓ ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।

Miscellaneous
କାହା ସୁରକ୍ଷାରେ ରାଜା ଚକ୍ର: ସନ୍ଦେହରେ କ୍ରାଇମବ୍ରାଂଚ, କାହିଁକି ଥମିଗଲା ତଦନ୍ତ?
ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ ।

Miscellaneous
ହୋଲଡିଂ ଟ୍ୟାକ୍ସ: କୁଆଡ଼େ ଗଲା ବିଏମସିର ସଂଶୋଧିତ ତାଲିକା ?
ମାର୍ଚ୍ଚ ୧୨ ତାରିଖରେ ଏକ ପ୍ରେସ ମିଟରେ ମଧ୍ୟ ବିଏମସି ମେୟର ସୁଲୋଚନା ଦାସ ବିଏମସିର ତ୍ରୁଟିକୁ ସ୍ୱୀକାର କରିଥିଲେ।