ପିଆଜରେ ୧୦୦ ଫୁଟର ସାଣ୍ଟା କ୍ଲଜ୍, ସୃଷ୍ଟିହେଲା ୱାର୍ଲଡ ରେକଡ

୧୦୦ ଫୁଟର ପିଆଜ ଓ ବାଲିରେ ତିଆରି ବିଶାଳ ସାଣ୍ଟା କ୍ଲଜ୍। ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ବିଶ୍ୱର ସବୁଠୁ ବଡ଼ ପିଆଜ ସାଣ୍ଟା।

Onion Santa Claus

ପିଆଜରେ ତିଆରି ସାଣ୍ଟା କ୍ଲଜ୍

Biswajit Samal
  • Published: Sunday, 24 December 2023
  • , Updated: 24 December 2023, 09:38 PM IST

ୱାର୍ଲଡ ରେକର୍ଡ କଲା ୧୦୦ ଫୁଟର ପିଆଜ ଓ ବାଲିରେ ତିଆରି ବିଶାଳ ସାଣ୍ଟା କ୍ଲଜ୍। ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ବିଶ୍ୱର ସବୁଠୁ ବଡ଼ ପିଆଜ ସାଣ୍ଟା। ଯାହାକି ୱାର୍ଲଡ ରେକର୍ଡସ ବୁକ୍ ଅଫ୍ ଇଣ୍ଡିଆରେ ସାମିଲ ହୋଇଛି। ବାଲି ସହ ଏଥିରେ ୨ ଟନ୍‌ର ପିଆଜ ବ୍ୟବହାର କରାଯାଇଛି।

ଏହି ବିଶାଳ ସାଣ୍ଟା କ୍ଳଜର ଲମ୍ବ ୧୦୦ ଫୁଟ୍, ଉଚ୍ଚତା ୨୦ ଫୁଟ୍ ଏବଂ ଓସାର ୪୦ ଫୁଟ୍। ଏହି ବିଶାଳ ସାଣ୍ଟାକ୍ଲଜକୁ ତିଆରି କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକା କଳା ଅନୁଷ୍ଠାନର ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ପ୍ରାୟ ୮ ଘଣ୍ଟାର ସମୟ। ଏହି ବାଲୁକା କଳା ମାଧ୍ୟମରେ ବୃକ୍ଷରୋପଣ ସଂପର୍କିତ ସଚେତନତା ବାର୍ତ୍ତା ଦିଆଯାଇଛି।

ସେପଟେ ପୁରୀ ସ୍ୟାଣ୍ଡ୍ ଆର୍ଟ ପାର୍କରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲିରେ ତିଆରି କରିଛନ୍ତି ସାଣ୍ଟାକ୍ଲଜ୍। ସେଥିରେ ସାଣ୍ଟା ସହ ଖ୍ରୀଷ୍ଟମାସ ଟ୍ରିକୁ ବେଶ୍ ସୁନ୍ଦର ଭାବେ ତିଆରି କରିଛନ୍ତି ମାନସ। ସେ ଏହି କଳାକୃତି ଜରିଆରେ ଗଛର ସୁରକ୍ଷା ବାର୍ତ୍ତା ଦେଇଛନ୍ତି ସମାଜକୁ

 

Related story