ନିଜ ଟିମ୍ ଗଢ଼ିପାରୁନାହାନ୍ତି ଖୁରାନିଆ: ଅଦଳବଦଳ କେବେ, ଉତ୍କଟ ହେଲାଣି ଆଇପିଏସ୍ ମରୁଡ଼ି?

ରାଜ୍ୟର ବିଜେପି ସରକାର ନିଜର ମନପସନ୍ଦର ଅଫିସର ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ରରୁ ଫେରାଇ ଆଣି ପୁଲିସ ଡିଜି ପଦରେ ଅବସ୍ଥାପିତ କରିଥିଲେ ମଧ୍ୟ ସେ କାହିଁକି ଏପର୍ଯ୍ୟନ୍ତ ବରିଷ୍ଠ ଆଇପିଏସସ୍ତରରେ ଅଦଳବଦଳ କରିପାରୁନାହାନ୍ତି ତାକୁ ନେଇ ପାୱାର କରିଡରରେ ପ୍ରଶ୍ନ ଉଠିଛି ।

Y.B. Khurania

ପୁଲିସ୍‌ ଡିଜି ୱାଇବି ଖୁରାନିଆ(ଫାଇଲ ଫଟୋ)

Ordigital Desk
  • Published: Tuesday, 03 September 2024
  • Updated: 03 September 2024, 10:03 PM IST

Sports

Latest News

ଆଉ ୬ଦିନ ପରେ ରାଜ୍ୟରେ ମୋହନ ମାଝୀଙ୍କ ସରକାରକୁ ୯୦ଦିନ ପୁରିବ । ରାଜ୍ୟ ପୁଲିସ ଫୋର୍ସର ମୁଖିଆ ଭାବେ ୱାଇବି ଖୁରାନିଆ ଦାୟିତ୍ୱ ନେବାର ୧୯ଦିନ ବିତିଲାଣି । କିନ୍ତୁ ଏପର୍ଯ୍ୟନ୍ତ ଆଇପିଏସ୍ ଅଫିସରସ୍ତରରେ ଅଦଳବଦଳ ସମ୍ଭବପର ହୋଇପାରୁନାହିଁ। ନୂଆ ପୁଲିସ ଡିଜି ଶ୍ରୀ ଖୁରାନିଆ ନିଜ ଟିମ୍ ଗଢ଼ିପାରୁନଥିବାରୁ ପୁଲିସ ପ୍ରଶାସନରେ ଏକପ୍ରକାରର ଅଚଳାବସ୍ଥା ସୃଷ୍ଟି ହେଲାଣି । ବିଜେଡି ସରକାରରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଥିବା ଏହି ଆଇପିଏସ୍ ଅଫିସରମାନେ ଏବେବି ସମାନ ପଦବୀରେ କାର୍ଯ୍ୟ କରୁଥିବାରୁ ନିଜର ନିଶ୍ଚିତ ବଦଳି ଆଶଙ୍କା କରି ଠିକ୍ ଢଙ୍ଗରେ ଦାୟିତ୍ୱ ସମ୍ପାଦନ କରିପାରୁନଥିବା ଜଣାପଡ଼ିଛି । ତେବେ ରାଜ୍ୟର ବିଜେପି ସରକାର ନିଜର ମନପସନ୍ଦର ଅଫିସର ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ରରୁ ଫେରାଇ ଆଣି ପୁଲିସ ଡିଜି ପଦରେ ଅବସ୍ଥାପିତ କରିଥିଲେ ମଧ୍ୟ ସେ କାହିଁକି ଏପର୍ଯ୍ୟନ୍ତ ବରିଷ୍ଠ ଆଇପିଏସସ୍ତରରେ ଅଦଳବଦଳ କରିପାରୁନାହାନ୍ତି ତାକୁ ନେଇ ପାୱାର କରିଡରରେ ପ୍ରଶ୍ନ ଉଠିଛି ।

ରାଜ୍ୟରେ ୨୪ବର୍ଷର ବିଜେଡି ସରକାରର ପତନ ପରେ ଗତ ଜୁନ୍ ୧୨ତାରିଖରେ ଦାୟିତ୍ୱ ନେଇଥିବା ପ୍ରଥମ ବିଜେପି ସରକାର ସେହି ପୁରୁଣା ପୁଲିସ ଟିମ୍ ଧରି କାର୍ଯ୍ୟ କରୁଛନ୍ତି। କେବଳ ଅରୁଣ ଷଡ଼ଙ୍ଗୀଙ୍କ ସ୍ଥାନରେ ଡିଜି ଶ୍ରୀ ଖୁରାନିଆଙ୍କୁ ବଦଳାଇଛନ୍ତି ସିନା, ମାତ୍ର ବିଜେଡି ସରକାର ଅମଳରେ ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟକୁ ନେଇ ଯେଉଁ ବ୍ୟାପକ ଅସଙ୍ଗତି ଦେଖାଦେଇଥିଲା ତାକୁ ଏପର୍ଯ୍ୟନ୍ତ ସଜାଡ଼ିବାରେ ସକ୍ଷମ ହୋଇପାରିନାହାନ୍ତି। ଆଉ ରାଜ୍ୟରେ ଆଇପିଏସ୍ ଅଫିସରଙ୍କ ଉତ୍କଟ ସଙ୍କଟ ମଧ୍ୟ ଦେଖାଦେଲାଣି । ଏପଟେ ଅଦୃଶ୍ୟ କାରଣରୁ ପୁଲିସ ଡିଜି ଶ୍ରୀ ଖୁରାନିଆ ମଧ୍ୟ ଆଜିସୁଦ୍ଧା ନିଜର ଟିମ୍ ଗଢ଼ିପାରୁନଥିବା ଜଣାପଡ଼ିଛି ।

Also Read

ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଓ ଅଦୂରଦର୍ଶୀ ନିଷ୍ପତ୍ତି ଯୋଗୁ ମୋଟ ମଞ୍ଜୁରୀପ୍ରାପ୍ତ ୧୯୫ଟି ଆଇପିଏସ୍ କ୍ୟାଡ଼ର ପଦବୀ ମଧ୍ୟରୁ ୫୯ଟି ପଦୋନ୍ନତିପ୍ରାପ୍ତ ପଦବୀ(ଓପିଏସରୁ ଆଇପିଏସ) ଦୀର୍ଘବର୍ଷ ଧରି ପୂରଣ ହୋଇପାରିନାହିଁ । ବାକି ୧୩୬ଟି ଡାଇରେକ୍ଟ ଆଇପିଏସ୍ ପଦବୀ ମଧ୍ୟରୁ ଏବେବି ୭ଟି ଆଇପିଏସ୍ ପଦବୀ ଖାଲି ପଡ଼ିଛି । ତେବେ ଓଡ଼ିଶା କ୍ୟାଡ଼ରର ବାକି ୧୨୯ଜଣ ଆଇପିଏସଙ୍କ ମଧ୍ୟରୁ ୨୨ଜଣ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ୨୦୨୧ ଓ ୨୦୨୨ ବ୍ୟାଚର ମୋଟ ୧୨ଜଣ ଆଇପିଏସ୍ ଏବେ ହାଇଦ୍ରାବାଦସ୍ଥିତ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଟ୍ରେନିଂ ନେଉଛନ୍ତି ।

ସେହିପରି ଏନବି ଭାରତୀ ଦୀର୍ଘ ପ୍ରାୟ ୫ବର୍ଷ ଧରି ନିଖୋଜ ଅଛନ୍ତି । ଆଇପିଏସ୍ ଏସଏମ୍ ନରୱଣେ, ଡିଏସ କୁଟ୍ଟେ, ରବିକାନ୍ତ, ଆଶୀଷ କୁମାର ସିଂଙ୍କୁ ବିନା କାମରେ ଦରମା ଦିଆଯାଉଥିବାବେଳେ ରାଜେଶ ଉତ୍ତମ ରାଓ ନିଲମ୍ବିତ ହୋଇ ରହିଛନ୍ତି । ତେଣୁ ଯଦି ଏମାନଙ୍କୁ ହିସାବକୁ ନିଆଯାଏ ତା’ହେଲେ ବାସ୍ତବରେ ୮୯ଜଣ ଆଇପିଏସ୍ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି ।

କିନ୍ତୁ ଏହି ୮୯ଜଣଙ୍କ ମଧ୍ୟରୁ ଅରୁଣ କୁମାର ରାୟ, ଦୀପ୍ତେଶ ପଟ୍ଟନାୟକ, ଅମିତାଭ ଠାକୁର, ନରସିଂହ ଭୋଳ ଓ ମିତ୍ରଭାନୁ ମହାପାତ୍ରଙ୍କ ଭଳି ୫ଜଣ ବରିଷ୍ଠ ଆଇପିଏସଙ୍କୁ ଅଣପୁଲିସ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ତେଣୁ ଏମାନଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ବାସ୍ତବରେ ମାତ୍ର ୮୪ଜଣ ଆଇପିଏସ୍ ବିଭିନ୍ନ ପୁଲିସ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରୁଛନ୍ତି । ଯଦିଓ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୧୦୭ଟି ପଦବୀରେ ବରିଷ୍ଠ ପାହ୍ୟାର ଆଇପିଏସ୍ ଅଫିସର କାର୍ଯ୍ୟ କରିବାର ପ୍ରାବଧାନ ରହିଛି । ତା’ଛଡ଼ା ଡିଆଇଜି ପାହ୍ୟାର ୫ଜଣ ଅଫିସର ବିଗତ ୫ମାସ ହେଲା କଟକ ଡିସିପି ସମେତ ଅନୁଗୁଳ,ଖୋର୍ଦ୍ଧା,ବ୍ରହ୍ମପୁର ଓ ରାଉରକେଲାରେ ଜିଲ୍ଲା ଏସପି ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ବିଜେଡି ସରକାର ଅମଳରେ ଗୃହ ବିଭାଗର ସୁପର ମିନିଷ୍ଟର ଭାବେ ଆଇପିଏସ୍ ଡିଏସ୍ କୁଟ୍ଟେ ହିଁ ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟକୁ ମନମୁଖୀ ପରିଚାଳନା କରିଥିବା ଅଭିଯୋଗ ହେଉଛି । ଆଇପିଏସ୍ ଅଫିସରଙ୍କ ଉପରେ ସରକାରୀ କଳର ଚାପ ଅଧିକ ରହିବା ଯୋଗୁ ସର୍ବଭାରତୀୟ ସେବା ଆଇନ ଅନୁସାରେ ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ଓ ଦାୟିତ୍ୱ ଆବଂଟନ କରାଯାଇପାରୁନାହିଁ । ଅଫିସରମାନେ ଗୋଟିଏ ଲେଖାଏଁ ପଦବୀରେ ଦୀର୍ଘବର୍ଷ ମଧ୍ୟ ରହିବାରେ ସକ୍ଷମ ହେଉଛନ୍ତି । ଉଦାହରଣସ୍ୱରୂପ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ପଦବୀରେ ଆଇପିଏସ୍ ସନ୍ତୋଷ ବାଲା ଦୀର୍ଘ ୭ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ସେହିପରି ସବୁ ଜିଲ୍ଲାର ଏସପି ଓ ରେଞ୍ଜ ଆଇଜିମାନେ ବିଜେଡି ସରକାର ଦ୍ୱାରା ନିଯୁକ୍ତି ପାଇଥିଲେ ।

ତେଣୁ ନୂଆ ସରକାର ଓ ନୂଆ ପୁଲିସ ଡିଜି ରାଜ୍ୟ ପୁଲିସ ପ୍ରଶାସନକୁ ଚଳଚଂଚଳ କରିବା ପାଇଁ କେବେ ନୂଆ ଟିମ୍ ଗଢ଼ି ଏହି ଆଇପିଏସ୍ ଅଫିସରମାନଙ୍କ ନିମନ୍ତେ କାର୍ଯ୍ୟ କରିବାର ଅନୁକୂଳ ମାହୋଲ୍ ତିଆରି କରିବେ କରିବେ ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story