Ashok Parida
ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ତଂଅରା ଗାଁରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଅଶୋକ କୁମାର ପରିଡ଼ା। ତାଙ୍କୁ ୩୮ ବର୍ଷ ହୋଇଥିଲା।
ସେ ତାଙ୍କର ଛଅ ଏକର ଜମିରେ ଧାନ ଚାଷ କରିଥିଲେ। ତା’ ସହିତ ୪ ଏକର ଜମିରେ ଭାଗ ଚାଷ କରିଥିଲେ। ଅଦିନିଆ ବର୍ଷାରେ ତାଙ୍କର ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା। ତେଣୁ ସେ ଚିନ୍ତାରେ ଥିଲେ। କାରଣ ଚାଷ ପାଇଁ ସେ ଋଣ କରିଥିଲେ। ଋଣ ଅର୍ଥ କେମିତି ସୁଝିବେ, ସେହି ଚିନ୍ତାରେ ରହିଥିଲେ ଅଶୋକ। ସେଥିପାଇଁ ସେ ମାନସିକ ଭାରସାମ୍ୟ ହରାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।
ଅଶୋକଙ୍କ ବଡ଼ ଭାଇ ପ୍ରସନ୍ନ ପରିଡ଼ା କହିଛନ୍ତି, ଚାଷରେ ହୋଇଥିବା କ୍ଷତି ସହି ନପାରି ଆଜି ସକାଳ ପ୍ରାୟ ୭ଟା ବେଳେ ସେ ଆତ୍ମହତ୍ୟା କରିଛନ୍ତି। ନିଜ ବେଡ୍ ରୁମ୍ରେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୁଁ ଯେତିକି ଜାଣିଛି ସେ ୪ରୁ୫ ଲକ୍ଷ ଟଙ୍କା ଋଣ କରି ଚାଷ କରିଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଏଭଳି ଏକ କାର୍ଯ୍ୟ କରିଛନ୍ତି।
ଅଶୋକଙ୍କ ଘରେ ତାଙ୍କ ମା’, ପତ୍ନୀ ଓ ୭ ବର୍ଷର ଝିଅ ଅଛନ୍ତି। ଅଶୋକ ପରିବାରର ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1736341918.jpg)