Advertisment

ଅଙ୍ଗଦାନ କରି ଅମର ହେଲେ ବୀରେନ୍ଦ୍ର; ବଞ୍ଚାଇଲେ ଦୁଇ ଜୀବନ

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଠାରେ ଦୁଇଟି ଯାକ କିଡନୀକୁ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା।

author-image
Tapaswini Nayak
Birandra swai

Birandra swai

ଅଙ୍ଗଦାନ କରି ଅମର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ତାଙ୍କ ପାଇଁ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ। ଏପରି ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ।

Advertisment

ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ ଗତ ରବିବାର ଦିନ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତକାଲି ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ପରେ ପରିବାର ଲୋକଙ୍କ ସହମତିରେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ କିଡନୀ ପ୍ରତିରୋପଣ କରାଯାଇଥିଲା। ପରେ ଗୋଟିଏ କିଡନୀ ଏସସିବିରେ ରଖାଯାଇଥିଲା। ପରେ ଅନ୍ୟ କିଡନୀକୁ ଗ୍ରୀନ କରିଡରରେ ଏମ୍ସ ନିଆଯାଇଥିଲା।

କଟକ ଏସସିବିରେ ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କ ଠାରେ କିଡନୀ ପ୍ରତିରୋପଣ କରାଯାଇଥିଲା। ସେହିପରି ଏମ୍ସରେ ମଧ୍ୟ କିଡନୀ  ପ୍ରତିରୋପଣ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଠାରେ ଦୁଇଟି ଯାକ କିଡନୀକୁ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା।

Advertisment
Cuttack Scb Medical