Advertisment

ପୋଲରେ ଲାଗିଲା ଯୁବକଙ୍କ ମୃତଦେହ; ହାତରେ ଥିଲା ଚପଲ

ତେଲକୋଇ ଥାନା ଶିବନାରାୟଣପୁର ଗୋଡା ଗାଁରୁ ତାଳପଦାକୁ ସଂଯୋଗ କରୁଥିବା ଜଙ୍ଗଲ ବିଭାଗ ରାସ୍ତାର ପଥୁରିଆ ନାଳ ଘୁସୁରା ପୋଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Body

ଘୁସୁରା ପୋଲରେ ଲାଗିଲା ଯୁବକଙ୍କ ମୃତଦହ। ତାଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ହାତରେ ଧରିଥିଲେ ଚପଲ। କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର। ତେବେ ଯୁବକଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ।

Advertisment

ତେଲକୋଇ ଥାନା ଶିବନାରାୟଣପୁର ଗୋଡା ଗାଁରୁ ତାଳପଦାକୁ ସଂଯୋଗ କରୁଥିବା ଜଙ୍ଗଲ ବିଭାଗ ରାସ୍ତାର ପଥୁରିଆ ନାଳ ଘୁସୁରା ପୋଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଛେଳି ଓ ଗୋରୁ ଚରାଇବାକୁ ଯାଉଥିବା ଲୋକମାନେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ। ହାପ୍‌ ପ୍ୟାଣ୍ଟ ଓ ହାପ୍‌ ସାର୍ଟ ପିନ୍ଧିଛନ୍ତି। ସେ ବାମ ହାତରେ ଚପଲ ଧରିଥିବା ବେଳେ ଗୋଡ଼ ପାଖରେ ଗୋଟିଏ ଛତା ପଡ଼ିଛି। ବ୍ୟକ୍ତି ଜଣକ ବନ୍ୟା ପାଣି ଭାସି ଯିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Advertisment

ସୂଚନାରୁ ପ୍ରକାଶ, ବୁଧବାର ଦିନ ତମାମ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ବର୍ଷା ଯୋଗୁ ଅନେକ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଉଗ୍ରରୂପ ଧାରଣ କରିଥିଲା ବୈତରଣୀ। ସେହି ବନ୍ୟା ପାଣିରେ ବ୍ୟକ୍ତି ଜଣକ ଭାସି ଯାଇଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ ସାହୁ

Keonjhar Crime Story