/odisha-reporter/media/post_attachments/uploadimage/library/16_9/16_9_0/River_1694953683.jpg)
River
ଯାଜପୁରର ଧର୍ମଶାଳା ନିକଟରେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ସେ ବ୍ରିଜ୍ ଉପରୁ ସିଧା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ ପଙ୍କଜ ସ୍ୱାଇଁ। ତାଙ୍କ ଘର ବ୍ରାହ୍ମଣୀ ନିଦ ନିକଟସ୍ଥ ଦେଉଳି ଗାଁରେ।
ସ୍ଥାନୀୟ ଲୋକ ଯୁବକ ଜଣଙ୍କ ନଦୀକୁ ଡେଇଁ ପଡ଼ିବାର ଦୃଶ୍ୟ ଦେଖି ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହୀନିର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ତେବେ ଏଯାଏ ତାଙ୍କର କୌଣସି ପ୍ରକାରର ପତ୍ତା ମିଳି ନାହିଁ। ଘରେଇ କଳିକୁ କେନ୍ଦ୍ରକରି ଯୁବକ ଜଣକ ନଦୀକୁ ଡେଇଁ ଥିବା କୁହାଯାଉଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ମୋ ପୁତୁରାର ମୋର ବାରବାଟୀରୁ ଆସୁଥିଲୁ। ବ୍ରିଜ ଉପରେ ଆମର ଜଣେ ଜଣାଶୁଣା ଯୁବକ ବସିଥିଲେ। ଆମେ କ’ଣ ହୋଇଛି ବୋଲି ପଚାରିବା ପାଇଁ ତାଙ୍କ ପାଖକୁ ଯାଉଥିଲୁ। କିନ୍ତୁ ସେ ଆମକୁ ଦେଖି ମୋବାଇଲ ଥୋଇ ଦେଇ ନଦୀକୁ ଡେଇଁ ପଡ଼ିଥିଲେ। ଆମେ ତାଙ୍କରି ମୋବାଇଲରୁ ତାଙ୍କ ଭାଇଙ୍କୁ ଫୋନ କରିଥିଲୁ। ତାଙ୍କ ଭାଇ ଓ ବାପା ଆସି ପହଞ୍ଚିବା ପରେ ଖୋଜାଖୋଜି ଆରମ୍ଭ ହୋଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
