Advertisment

ପେଟ ଚାଖଣ୍ଡକ ପାଇଁ ଦାଦନ ଯାଇଥିଲେ, ଶବ ହୋଇ ଫେରିଲେ

ପୁଅ ରୋଜଗାର କରିବାକୁ ଯାଇ ଆଖି ବୁଜିଲେ। ଏ ଦୁଃଖଦ ଖବର ଗାଁରେ ପହଞ୍ଚିଲା ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ରୋଜଗାରିଆ ପୁଅକୁ ହରାଇବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘରଦ୍ୱାର।

Keonjhar

Keonjhar

Advertisment

ଗାଁରେ କାମଧନ୍ଦା ମିଳିଲା ନାହିଁ। ତେଣୁ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ ଶବ ହୋଇ ଫେରିଲେ ଜଣେ ଯୁବକ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରୁ ଆସିଛି ଏପରି ଦୁଃଖଦ ଖବର।

Advertisment

ବାଂଶପାଳ ବ୍ଲକ୍‌ ତେନ୍ତୁଳୀଖୁଣ୍ଟି ଗାଁର ଚରଣ ହାଇବ୍ରୁଙ୍କ ପୁଅ ହେଉଛନ୍ତି ପ୍ରଶାନ୍ତ ହାଇବ୍ରୁ। ବୟସ ପ୍ରାୟ ୧୯ ବର୍ଷ ହେବ। ଗାଁରେ କାମଧନ୍ଦା ମିଳିଲାନି ବୋଲି କିଛି ସାଙ୍ଗଙ୍କ ସହିତ ଦାଦନ ଖଟିବାକୁ ଗୁଜୁରାଟ ଯାଇଥିଲେ। ସେଠାରେ ସୁମାନୀ ମାକ୍ସ ନାମକ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କାମ କରୁଥିବା ବେଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ। ସାଙ୍ଗମାନେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଅ ରୋଜଗାର କରିବାକୁ ଯାଇ ଆଖି ବୁଜିଲେ। ଏ ଦୁଃଖଦ ଖବର ଗାଁରେ ପହଞ୍ଚିଲା ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ରୋଜଗାରିଆ ପୁଅକୁ ହରାଇବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘରଦ୍ୱାର। ହେଲେ କରିବେ କ’ଣ? ଦାରିଦ୍ର୍ୟ ଯନ୍ତ୍ରଣାରେ ଜର୍ଜରିତ ବାପା-ମାଆ ଆଖିରୁ କେବଳ ଲୁହ ଗଡ଼ାଇବା ଛଡ଼ା ଅନ୍ୟ କିଛି ରାସ୍ତା ନାହିଁ। ସେମାନେ ପୂରା ଅସହାୟ।

Advertisment

କମ୍ପାନୀ କର୍ତ୍ତୃପକ୍ଷ ଏକ ଆମ୍ୱୁଲାନ୍ସରେ ପ୍ରଶାନ୍ତଙ୍କ ମୃତଦେହକୁ ଗାଁକୁ ପଠାଇ ଦେଇଥିଲେ। ଗୁରୁବାର ସନ୍ଧ୍ୟା ବେଳେ ପ୍ରଶାନ୍ତଙ୍କ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା। ସନ୍ଧ୍ୟା ବେଳେ ମୃତଦେହ ସଂସ୍କାର କରାଯାଇଥିଲା। ହେଲେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସହାୟତା ଦେଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe